fbpx

IPL-2023 ଭିତରେ କମିଲା ଟୁର୍ଣ୍ଣାମେଣ୍ଟର ମ୍ୟାଚ ସଂଖ୍ୟା; ଏହି ଲିଗରେ ଖେଳାଯିବ ୧୬ଟି କମ୍ ମ୍ୟାଚ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି । ଆଉ କିଛିଟା ମ୍ୟାଚ ପରେ ଆରମ୍ଭ ହୋଇଯିବ ପ୍ଲେଅଫ୍ । ଖୁବଶୀଘ୍ର ଏଥିପାଇଁ ଶେଷ ୪ଟି ଟିମ୍ ଫାଇନାଲ ହୋଇଯିବ । ତେବେ ଆଇପିଏଲକୁ ନେଇ ସମସ୍ତ କ୍ରୀଡାପ୍ରେମୀ ମସଗୁଲ ଥିବା ବେଳେ ବଡ ନିଷ୍ପତ୍ତି ନେଇଛି ଏକ କ୍ରିକେଟ ଲିଗ୍ । ଅଚାନକ ଏହି ଟୁର୍ଣ୍ଣାମେଣ୍ଟରୁ କମ୍ ହୋଇଛି ମ୍ୟାଚ ସଂଖ୍ୟା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ତେବେ ଏହି ପରିବର୍ତ୍ତନ ଇଣ୍ଡିଆନ୍ ପ୍ରିମିୟର ଲିଗରେ କରାଯାଇ ନାହିଁ । ଅଚାନକ ଏଭଳି ଏକ ନିଷ୍ପତ୍ତି ନେଇଛି କ୍ରିକେଟ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆରେ ଆୟୋଜିତ ହେଉଥିବା ବିଗ୍ ବାସ୍ ଲିଗରେ ଏଣିକି ୧୬ଟି ମ୍ୟାଚ କମ୍ ଖେଳାଯିବ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ୫୬ଟି ମ୍ୟାଚ ଖେଳାଯାଉଥିବା ବେଳେ ଆଗକୁ ୪୦ଟି ମ୍ୟାଚ ଅନୁଷ୍ଠିତ ହେବ । କାରଣ ଲିଗରେ ବର୍ତ୍ତମାନ ୧୬ଟି ମ୍ୟାଚ କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆ । ପରିବର୍ତ୍ତିତ ନିୟମ ଅନୁଯାୟୀ, ପ୍ରତ୍ୟେକ ଟିମ ମାତ୍ର ୧୦ଟି ଲେଖାଏଁ ମ୍ୟାଚ ଖେଳିବେ । ଏହାବ୍ୟତୀତ ଲିଗ ଷ୍ଟେଜର ମୁକାବିଲା ପରେ ଫାଇନାଲ ସିରିଜର ସୂଚୀ ମଧ୍ୟ ଛୋଟ କରାଯିବ । ୫ଟି ଦଳ ଏବେ ପର୍ଯ୍ୟନ୍ତ ଫାଇନାଲ ସିରିଜରେ ସ୍ଥାନ ପାଉଥିବା ବେଳେ ଏଣିକି ଏଥିପାଇଁ ୪ ଜଣ ହିଁ ଏଣ୍ଟ୍ରି କରିପାରିବେ ।

ତେବେ ମହିଳା ବିଗ୍ ବାଶ୍ ଲିଗରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କହିଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ । ପ୍ରତିଥର ପରି ଏଥର ମଧ୍ୟ ୫୬ଟି ମ୍ୟାଚ ଖେଳାଯିବ ଏବଂ ୩ଟି ଟିମ ଫାଇନାଲ ସିରିଜରେ ପ୍ରବେଶ କରିବାର ସୁଯୋଗ ପାଇବେ । ତେବେ ଏହାର ତାରିଖ ନେଇ କୌଣସି ଘୋଷଣା କରାଯାଇ ନାହିଁ । ତେବେ ଏଥିପାଇଁ କୌଣସି ପରିବର୍ତ୍ତନ ହେବ କି ନାହିଁ, ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.