fbpx

ବନ୍ଦ ଘରୁ ଉଦ୍ଧାର ହେଲା ୩ ମୃତ ଦେହ, ହତ୍ୟା ସନ୍ଦେହ

ସମ୍ବଲପୁର: ଏକ ବନ୍ଦ ଘରୁ ୩ଟି ମୃତ ଦେହ ଉଦ୍ଧାର କରିବା କଥା ସାମ୍ନାକୁ ଆସିଛି । ସେହି ଘରୁ ମା’ ଓ ୨ ଶିଶୁଙ୍କ ମୃତଦେହ ଠାବ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏହା ଏକ ହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ସନାପାଲି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେଠାରେ ଏକ କୋଠରୀ ମଧ୍ୟରୁ ୩ ମୃତ ଦେହ ଉଦ୍ଧାର କରାଯାଇଛି । ୩ ମୃତ ଦେହରୁ ଜଣେ ମା ଏବଂ ଦୁଇ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଶିଶୁଙ୍କ ମଧ୍ୟରୁ ଜଣେ ବାଳକ ଏବଂ ଜଣେ ବାଳିକା ରହିଛନ୍ତି । ପୁଅର ବୟସ ୧୧ ଥିବା ବେଳେ ଝିଅର ବୟସ ୭ ବର୍ଷ ଅଟେ । ତେବେ ଏହି ମାଆ ଏବଂ ଦୁଇ ଶିଶୁର ମୃତ୍ୟୁର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଏହି ଘଟଣାଟି ହତ୍ୟା ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଁଚି ଶବ ଉଦ୍ଧାର କରିବା ବ୍ୟବସ୍ଥା କରିବା ସହ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.