fbpx

ଯୁକ୍ତ ଦୁଇ ରେଜଲ୍ଟ ନେଇ ଦ୍ୱନ୍ଦ୍ୱ ଦୂର କଲା CHSE: କ୍ୱାର୍ଟର ପରୀକ୍ଷା ରେଜଲ୍ଟ ଆଧାରରେ ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ବର: ଶେଷ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା । ଖୁବଶୀଘ୍ର ପ୍ରକାଶ ପାଇବ ପରୀକ୍ଷା ଫଳ । ଏହାକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ପରୀକ୍ଷା ଆଧାରରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ତେବେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ମାଧ୍ୟମରେ ଦର୍ଶାଇଛି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ଆଣ୍ଡ୍‌ ପରୀକ୍ଷା ଆଧାରରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ଏବଂ କ୍ୱାର୍ଟର ଏଣ୍ଡ୍‌ ପରୀକ୍ଷାରୁ ୨୦ ପ୍ରତିଶତ ମିଶି ରେଜଲ୍ଟ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ପୂର୍ବରୁ ଛାତ୍ରଛାତ୍ରୀ ଦେଇଥିବା ୩ଟି କ୍ୱାର୍ଟର ଏଣ୍ଡ୍‌ ପରୀକ୍ଷାରୁ ଶ୍ରେଷ୍ଠ ଦୁଇଟି ପରୀକ୍ଷା ମାର୍କରୁ ୨୦ ପ୍ରତିଶତ ମାର୍କ ମିଶାଇ ରେଜଲ୍ଟ ପ୍ରକାଶିତ କରିବାକୁ ନିଷ୍ପତ୍ତି କରାଯାଇଛି । ଯେଉଁ ଛାତ୍ରଛାତ୍ରୀ କ୍ବାର୍ଟର ଏଣ୍ଡ୍‌ ପରୀକ୍ଷା ଦେଇ ନାହାଁନ୍ତି ସେମାନଙ୍କ ପାଇଁ ଅନେକ ସମସ୍ୟା ହୋଇପାରେ । ଯେଉଁମାନେ ବର୍ଷକୁ ୩ଟି କ୍ବାର୍ଟର ପରୀକ୍ଷା ଦେଇଛନ୍ତି ସେଥି ମଧ୍ୟରୁ ଦୁଇଟି କ୍ବାର୍ଟର ପରୀକ୍ଷାକୁ ନେଇ ପରୀକ୍ଷା ମାର୍କ ଗଣନା କରାଯିବ ।

Get real time updates directly on you device, subscribe now.