fbpx

ବ୍ରିଟେନରୁ ଭାରତକୁ ଫେରିବ କୋହିନୂର: ମୋଦୀ ସରକାରଙ୍କ ଯୋଜନାର ନେତୃତ୍ୱ ନେଉଛି ASI- ରିପୋର୍ଟ

ନୂଆଦିଲ୍ଲୀ: ଭାରତର ବହୁ ମୂଲ୍ୟବାନ କୋହିନୂର ହୀରା ପୁନର୍ବାର ଦେଶକୁ ଫେରିବା ନେଇ ଅନେକ ଥର ଅନେକ ଚର୍ଚ୍ଚା ହୋଇଛି । ମାତ୍ର କୋହିନୂର ଭାରତ ଫେରିବା ସମ୍ଭବ ହୋଇନାହିଁ । ବହୁ ବର୍ଷ ପୂର୍ବେ ଇଂରେଜମାନେ କୋହିନୂରକୁ ଭାରତରୁ ଇଂଲଣ୍ଡକୁ ନେଇ ଚାଲିଯାଇଥିଲେ । ତେବେ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ହେବା ପରେ ଓ ଋଷି ସୁନକ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହେବା ପରେ କୋହିନୂର ଭାରତ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ତେବେ କୋହିନୂରକୁ ନେଇ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଐତିହାସିକ କୋହିନୂରର ପ୍ରତ୍ୟାବର୍ତ୍ତନ ନେଇ ଭାରତ ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏକ ବ୍ରିଟିଶ ମିଡ଼ିଆ ଏ ବାବଦରେ ସୂଚନା ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ବ୍ୟବସାୟିକ ଆଲୋଚନା ସମୟରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏହି ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି ।

ଦେଶରୁ ‘ତସ୍କରୀ’ ହୋଇଥିବା ବସ୍ତୁକୁ ପୁନର୍ବାର ଫେରାଇ ଆଣିବା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ (ଏଏସଆଇ) ପ୍ରୟାସ କରୁଛି । ସେଥିପାଇଁ ନୂଆଦିଲ୍ଲୀର ଅଧିକାରୀମାନେ ଲଣ୍ଡନର ରାଜନେତାଙ୍କ ସହିତ ସମନ୍ୱୟ ରକ୍ଷା କରୁଛନ୍ତି । ଉପନିବେଶବାଦ ଶାସନ ସମୟରେ ଲୁଟ କଳାକୃତୀକୁ ଫେରସ୍ତ କରିବା ପାଇଁ କିପରି ଅନୁରୋଧ କରାଯିବ ସେ ନେଇ ବିଚାର ଚାଲିଛି । ସୂଚନାଯୋଗ୍ୟ ଯେ, ୧୦୮ କ୍ୟାରେଟ ବିଶିଷ୍ଟ କୋହିନୂରକୁ ୧୮୪୯ରେ ମହାରାଜ ଦଲୀପ ସିଂହ ମହାରାଣୀ ଭିକ୍ଟେରିଆଙ୍କୁ ଦେଇଥିଲେ । ୧୯୩୭ରେ ମହାରାଣୀ ଏହାକୁ ନିଜ ମୁକୁଟରେ ପରିଧାନ କରିଥିଲେ ।

Get real time updates directly on you device, subscribe now.