fbpx

ବିବାହ ପୂର୍ବରୁ ସାଙ୍ଗ ହୋଇ ରହିବା ଅପରାଧ ନୁହେଁ, ଲିଭ-ଇନ୍ ପାଇଁ ଜାଣନ୍ତୁ କିଛି ନିୟମ

ବର୍ତ୍ତମାନ ଟ୍ରେଣ୍ଡରେ ଚାଲିଛି ଲିଭ-ଇନ୍ ସମ୍ପର୍କ, ଅର୍ଥାତ ବିବାହ ପୂର୍ବରୁ ଏକାଠି ରହିବା। ଏହା ବାହର ଦେଶ ମାନଙ୍କରେ ଚାଲିଆସୁଥିବା ବେଳେ ବର୍ତ୍ତମାନ ଭାରତର ଯୁବପିଢି ଏହାକୁ ଆପଣେଇଛନ୍ତି। ହେଲେ କିଛିଦିନ ହେବ ଏନେଇ ଚର୍ଚ୍ଚା ଜୋରଧରିଛି। କାରଣ ଭାରତ ତଥା ଓଡ଼ିଶାରେ ଅନେକ ମାମଲାରେ ଦେଖିବାକୁ ମିଳିଛି ଯେ, କିଛି ଦିନ ଏକାଠି ରହିବା ପରେ ପ୍ରେମିକ ଆଉ ପ୍ରେମିକାଙ୍କ ମଧ୍ୟରେ ବିବାଦ କାରଣରୁ ବଡ଼ ବଡ଼ ଅଘଟଣ ଘଟିଯାଉଛି। ତେଣୁ ବର୍ତ୍ତମାନ ଲିଭ-ଇନ୍ ସମ୍ପର୍କ ଉପରେ ଅନେକ ପ୍ରଶ୍ନ ଉଠିଛି।

ଲିଭଇନ ସଂପର୍କକୁ ନେଇ ସୁପ୍ରିମକୋର୍ଟ ମାନ୍ୟତା ଦେବା ସହ କିଛି ନିୟମ କାନୁନ ମଧ୍ୟ ବନାଇଛନ୍ତି। ତେବେ ଲିଭଇନରେ ରହିବା କିଛି ଅପରାଧ ନୁହେଁ ହେଲେ ରହିବା ପୂର୍ବରୁ ନିୟମ କାନୁନ କଥା ଜାଣିବା ନିହାତି ଆବଶ୍ୟକ। ଲିଭଇନ ସମ୍ପର୍କ ପାଶ୍ଚାତ୍ୟ ଦେଶ ମାନଙ୍କରୁ ଆସିଛି, ସେମାନଙ୍କ ପାଇଁ ଏହାଏକ ସାଧାରଣ କଥା, ହେଲେ ଭାରତୀୟ ସଂସ୍କୃତି ପାଇଁ ଏହା ମାନ୍ୟତା ନୁହେଁ। ବିବାହ ପୂର୍ବରୁ ଗୋଟେ ଝିଅ ଜଣେ ପୁଅ ସହ ରହିବା ଅପରାଧ ବୋଲି ଧରାଯାଏ। କିନ୍ତୁ ଭାରତର ବଡ଼ ବଡ଼ ସହରରେ ଏହା ଏକ ସାମାନ୍ୟ ଜିନିଷ ହୋଇସାରିଛି। ଏନେଇ ସୁପ୍ରିମକୋର୍ଟ ମଧ୍ୟ ସ୍ୱୀକୃତି ଦେଇଛନ୍ତି।

ଚଣ୍ଡିଗଡ଼ ହାଇକୋର୍ଟର ବରିଷ୍ଠ ଓକିଲ ରିଟା କୋହଲୀ କହିଛନ୍ତି ଯେ, ‘ ଲିଭଇନକୁ ନେଇ କୌଣସି ଆଇନ କରାଯାଇନାହିଁ। ହେଲେ କୋର୍ଟ ସାମ୍ନାକୁ କିିଛି ତଥ୍ୟ ଆସିଥିଲା ଯେ, ମହିଳାମାନେ ନିଜ ପାର୍ଟନର ସହିତ ରହିଥିଲେ । ହେଲେ କିଛି ବର୍ଷପରେ ପୁରୁଷ ବନ୍ଧୁମାନଙ୍କ ପାଖରୁ ସେମାନେ ଅଲଗା ହୋଇଯାଇଥିଲେ ବା ପୁରୁଷମାନେ ନିଜ ପାଖରୁ ତାଙ୍କୁ ବାହାର କରିଦେଇଛନ୍ତି। ଏଭଳି କ୍ଷେତ୍ରରେ ବିବାହ ହୋଇ ନଥିବା କାରଣରୁ ମହିଳାମାନେ ତାଙ୍କ ସମ୍ପତ୍ତିର କୌଣସି ହକଦାର ନୁହଁନ୍ତି କିମ୍ବା କିଛି ଦାବି କରିପାରିବେ ନାହିଁ। ଫଳରେ ମହିଳା ମାନଙ୍କ ସୁରକ୍ଷା ପାଇଁ ଲିଭଇନ କୁ ମାନ୍ୟତା ଦିଆଯାଇଛି। ଏହାସହ ଶାରୀରିକ, ମାନସିକ ଏବଂ ଆର୍ଥିକ ନିର୍ଯାତନାରୁ ରକ୍ଷା କରିବା ନେଇ କିଛି ନିୟମ ବନାଇଛନ୍ତି ।

-ଲିଭଇନରେ ରହୁଥିବା ୨ଜଣଙ୍କ ବୟସ ୧୮ରୁ ଉର୍ଦ୍ଧ ହୋଇଥିବା ଦରକାର । ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକୁ ଅଟନ୍ତି ତେବେ ସେ ଲିଭଇନରେ ରହିପାରିବେ ନାହିଁ । କୋର୍ଟ ଲିଭଇନର ଅର୍ଥ ହେଉଛି, ଦୁଇ ଜଣ ସର୍ବଦା ଏକାଠି ସ୍ୱାମୀ-ସ୍ତ୍ରୀ ଭଳି ରହିବା । କେତେବେଳେ ରହିବା ପୁଣି ନ ରହିବା ଏହାକୁ ମାନ୍ୟତା ମିଳିନାହିଁ ।

– ସିଆରପିସିର ଧାରା ୧୨୫ ଅନୁସାରେ, ଲିଭଇନରେ ରହୁଥିବା ମହିଳାଙ୍କୁ ଯଦି ତାଙ୍କ ସାଥୀ ପୁରୁଷ ଛାଡ଼ି ଦିଅନ୍ତି ତେବେ ତାଙ୍କୁ ଭରଣ ପୋଷଣର ଅଧିକାର ଦିଆଯାଇଛି । ଯାହାଦ୍ୱାରା ଜଣେ ମହିଳା ରହୁଥିବା ସାଥୀ ପୁରୁଷଙ୍କ ଠାରୁ ଭରଣ ପୋଷଣ ପାଇଁ ଆର୍ଥିକ ସହାୟତା ମାଗିପାରିବେ ।

-ଲିଭଇନରେ ରହିବା ସମୟରେ ଯଦି ସନ୍ତାନ ଜନ୍ମ ନେଉଛି ତେବେ ତାର ସମ୍ପୂର୍ଣ୍ଣ ଅଧିକାର ମାତା ପିତାଙ୍କ ସମ୍ପତି ଉପରେ ରହିଛି ।

-ଯଦି ପାର୍ଟନର ଅନ୍ୟ ଜଣେ ପାର୍ଟନରକୁ ବିବାହ କରିବା ଆଶା ଦେଇ ଶାରୀରିକ ସଂମ୍ପର୍କ ରଖୁଛି ଏବଂ ଏହା ପରେ ବିବାହ କରୁନାହିଁ ତେବେ ସେ ଜଣକ କୋର୍ଟରେ ଅଭିଯୋଗ ଆଣି ତାଙ୍କୁ ଦଣ୍ଡିତ କରିପାରିବେ ।

-ଯଦି ଜଣେ ପରୁଷ ବିବାହ କରି ଅନ୍ୟ ଏକ ମହିଳା ସହ ଲିଭଇନରେ ରହୁଛି ତେବେ ଏହା ଏକ ଅପରାଧ ବୋଲି ସୁପ୍ରିମକୋର୍ଟ କହିଛି ।

-ଘରୋଇ ହିଂସାକାଣ୍ଡକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି ଲିଭଇନରେ । ୨୦୦୫ ସଂରକ୍ଷଣ ନିୟମ ଅନୁଯାୟୀ ଜଣେ ମହିଳା ଘରୋଇ ହିଂସାକାଣ୍ଡରେ ଲଢିପାରିବେ । ଯଦି ଲିଭଇନରେ ଝଗଡ଼ା ଲାଗୁଛି ବା ମାଡ଼ଗାଳି ଭଳି ଅତ୍ୟାଚାର ହେଉଛି ତେବେ ସେ ପୋଲିସକୁ ନିଜ ଅଭିଯୋଗ କରିପାରିବେ।

Get real time updates directly on you device, subscribe now.