fbpx

(Video)ସୁନୀଲଙ୍କ Super Ball, ବୁଝି ପାରିଲେନି ବ୍ୟାଟ୍ସମ୍ୟାନ: ଫଳ-ମିଳିଲା ବଡ ଉପହାର

ନୂଆଦିଲ୍ଲୀ: ଚେନ୍ନାଇର ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ-କୋଲକାତା ମଧ୍ୟରେ ଖେଳାଯାଉଛି ଚଳିତ ଆଇପିଏଲ ସିଜନର ୬୧ତମ ମ୍ୟାଚ । ତେବେ ଏହି ମ୍ୟାଚରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବଲ୍ । କୋଲକାତାର ଷ୍ଟାର ସ୍ପିନର ସୁନୀଲ ନାରାୟଣଙ୍କ ଏହି ଚମତ୍କାର ବଲରେ ଚକମା ଖାଇଛନ୍ତି ଚେନ୍ନାଇର ଅଲରାଉଣ୍ଡର ମୋଇନ ଅଲୀ । ଖତରନାକ ବଲରେ ୱିକେଟ ହରାଇ ପାଭିଲିୟନ ଫେରିଛନ୍ତି ଷ୍ଟାର ଅଲରାଉଣ୍ଡର ।

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ଇନିଂସରେ କୋଲକାତାର ବୋଲର ଦଳ ଉପରେ ଖୁବ ଭାରୀ ପଡିଛନ୍ତି । ମାତ୍ର ୭୨ ରନ୍ ଭିତରେ ଅଧା ଟିମ ପାଭିଲିୟନ ଫେରିଯାଇଥିଲେ । ତେବେ ଦଳ ପାଇଁ ୧୧ତମ ନେଇ ଆସିଥିଲେ କୋଲକାତାର ଷ୍ଟାର ସ୍ପିନର ସୁନୀଲ ନାରାୟଣ । ଏହି ଓଭରରେ ହିଁ ଦଳକୁ ଲଗାତାର ଦୁଇଟି ସଫଳତା ଦେବାରେ ସେ ସକ୍ଷମ ହୋଇଥିଲେ । ଓଭରର ପ୍ରଥମ ବଲରେ ଅମ୍ବାତି ରାୟୁଡଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହାପରେ ମୋଇନ ଅଲୀଙ୍କୁ ମଧ୍ୟ ଓଭରର ଶେଷ ବଲରେ ଆଉଟ କରି ଚେନ୍ନାଇର ପାଳିକୁ ବିପଦରେ ପକାଇ ଦେଇଥିଲେ । ତେବେ ମୋଇନଙ୍କ ୱିକେଟ ନେଇଥିବା ଏହି ବଲ ଥିଲା ଖୁବ ସ୍ପେଶାଲ ।

ମୋଇନ ଆଉଟ ହୋଇଥିବା ଏହି ବଲକୁ ଦେଖି ଷ୍ଟାଡିୟମରେ ଥିବା ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ସୁନୀଲ ମୋଇନଙ୍କୁ ଏକ କ୍ୟାରମ୍ ବଲ ଫିଙ୍ଗିଥିଲେ, ଯାହା ଖୁବ ଟର୍ଣ୍ଣ ହୋଇଥିଲା । ଏହି ବଲକୁ ବୁଝି ପାରି ନଥିଲେ ଚେନ୍ନାଇର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ । ଆଖି ପିଛୁଳାକେ ବଲ ମୋଇନ ଅଲୀଙ୍କୁ ଅତିକ୍ରମ କରି ୱିକେଟରେ ଲାଗିଥିଲା । ଫଳରେ ମୋଇନ ମାତ୍ର ୨ ଟି ବଲରେ ୧ ରନ୍ କରିଥିବା ବେଳେ ୱିକେଟ ହରାଇ ପାଭିଲିୟନ ଫେରିଛନ୍ତି ।

Get real time updates directly on you device, subscribe now.