fbpx

ଥାଇଲ୍ୟାଣ୍ଡ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତ ରବିବାର ଥାଇଲ୍ୟାଣ୍ଡ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଏକକ ‘SL ୩’ ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବୈଥେଲକୁ ପରାସ୍ତ କରିଥିଲେ। ସେହିପରି ପୁରୁଷ ଡବଲ୍ସରେ ସୁକାନ୍ତ କଦାମଙ୍କ ସହ ମିଶି ‘SL ୩’-SL ୪’ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ।

ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସାଥୀ ଭାରତୀୟ ସୁକାନ୍ତଙ୍କୁ ୨୧-୧୪ ୧୭-୨୧ ୨୧-୧୧ରେ ପରାସ୍ତ କରିବା ପରେ ସୁହସ୍ ଏଲ୍ ୟାଥିରାଜ ‘SL ଫୋର୍’ ବର୍ଗରେ ଚାମ୍ପିୟନ ହୋଇଥିଲେ।

ସେହିଭଳି ସିଙ୍ଗଲ୍ସ ‘SL ୩’ ଫାଇନାଲରେ, ପ୍ରମୋଦ ୨୧-୧୮ ଓପନିଂ ଗେମ୍ ଜିତିଥିଲେ ତେବେ ଆହତ କାରଣରୁ ଡାନିଏଲ୍ ଟାଇରୁ ଓହରି ଯାଇଥିଲେ। ତେବେ ଡବଲ୍ସ ଫାଇନାଲରେ ଏକ କଡ଼ା ମ୍ୟାଚରେ ସେମାନେ ନିତେଶ କୁମାର ଏବଂ ତରୁଣଙ୍କୁ ୧୮-୨୧ ୨୧-୧୪ ୨୧-୧୯ ରେ ପରାସ୍ତ କରିଛନ୍ତି।

ମହିଳା ସିଙ୍ଗଲ୍ସରେ ଅନ୍ୟତମ ଭାରତୀୟ ଯୋଡି ନିତ୍ୟା ଶ୍ରୀସୁମାଥୀ ସିଭାନ୍ ଏବଂ ଥୁଲାସିମାଥୀ ମୁରୁଗେସାନ୍ ଯଥାକ୍ରମେ ‘SH ଛଅ’ ଏବଂ ‘SU ପାଞ୍ଚ’ ବର୍ଗରେ ରୌପ୍ୟ ପଦକ ସହିତ ଅଭିଯାନ ଶେଷ କରିଥିଲେ।

Get real time updates directly on you device, subscribe now.