fbpx

ପୁଣି ଜଣେ ବାବୁ ଧରାପଡ଼ିଲେ: IAS ଧର୍ମେନ୍ଦ୍ର ସିଂହ ଗିରଫ

ନୂଆଦିଲ୍ଲୀ: ଗତ ୫ ତାରିଖରେ ଦୁର୍ନୀତି ମାମଲାରେ ଜଡ଼ିତ ଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ଗିରଫ କରିଥିଲା । ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ କ୍ୟାଡରର ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ ଛବି ରଞ୍ଜନଙ୍କୁ ଇଡି ଗିରଫ କରିଥିଲା । ଇଡି ଛବିଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିବା ପରେ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଆଇଏଏସ ଅଧିକାରୀ ଛବିଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଥିଲା ।

ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ବଡ଼ ଖବର । ପୁଣି ଗିରଫ ହୋଇଛନ୍ତି ଜଣେ ଆଇଏଏସ ଅଧିକାରୀ । ଦିଲ୍ଲୀର ହରିୟାଣା ଭବନର ରେସିଡେଣ୍ଟ କମିଶନର ଧର୍ମେନ୍ଦ୍ର ସିଂହ ଗିରଫ ହୋଇଛନ୍ତି । ଅନୁମତି ଦେବା ନେଇ ଶ୍ରୀ ସିଂହ ବେଆଇନ ଭାବେ ଏକ ଟେଣ୍ଡର ଅର୍ଥକୁ ୫୫ କୋଟିରୁ ୮୭ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ । ଏହି ମାମଲାରେ ଏସଆଇଟି ଓ ଫରିଦାବାଦ ପୋଲିସ ଦ୍ୱାରା ଏକ ଯୁଗ୍ମ ଅପରେସନ ଆରମ୍ଭ କରାଯାଇଥିଲା ।

ଶ୍ରୀ ସିଂହ ୧.୧୧ କୋଟି ଟଙ୍କା ଲାଞ୍ଚ ନେଇଥିବା ନେଇ ଗତବର୍ଷ ଫରିଦାବାଦର କୋଟୱାଲି ପୋଲିସ ଷ୍ଟେସନରେ ଦିଲ୍ଲୀର ରଞ୍ଜିତ ନଗରର ନିବାସୀ ଲଲିତ ମିତ୍ତଲଙ୍କ ପକ୍ଷରୁ ଏକ ମାମଲା ଦାୟର କରାଯାଇଥିଲା । ସୋନିପତ ମ୍ୟୁନିସିପାଲ କର୍ପୋରେସନର ଏକ ସରକାରୀ ଟେଣ୍ଡର ଦେବା ନେଇ ପଙ୍କଜ ଗର୍ଗ, ଆର.ବି ଶର୍ମା ଓ ଜେ.କେ ଭାଟିଆ ମିଳିତ ଭାବେ ଏହି ଲାଞ୍ଚ ନେଇଥିଲେ । ତେବେ ମିତ୍ତଲ ଯେଉଁ ଲାଞ୍ଚ ଟଙ୍କା ନେଇଥିଲେ ସେ ତାହାକୁ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ବର୍ତ୍ତମାନ ସୁଦ୍ଧା ମିତ୍ତଲଙ୍କୁ କୌଣସି ସରକାରୀ କଣ୍ଟ୍ରାକ୍ଟ ମିଳିନାହିଁ । ତେବେ ସୋନିପତର କନଷ୍ଟ୍ରକସନ ଦୁର୍ନୀତିରେ ଶ୍ରୀ ସିଂହଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.