fbpx

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ; ଆଜି ପୂର୍ବାହ୍ଣ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦ ଦଶମିକ ୬ ଡିଗ୍ରୀ ସେଲସିୟସ୍‍ ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ୧୦ଟି ସହରରେ ତାପମାତ୍ରା ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୨ ଡ଼ିଗ୍ରୀ ଉପରେ ରହିଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି। ସେହିପରି ସମ୍ବଲପୁରରେ ୪୦.୪, ହୀରାକୁଦରେ ୩୯.୪, ଚାନ୍ଦବାଲିରେ ୩୭.୮, ଭୁବନେଶ୍ୱରରେ ୩୬.୨, କେନ୍ଦୁଝରରେ ୩୪.୮, ବାଲେଶ୍ୱରରେ ୩୪.୬, ପୁରୀରେ ୩୪.୦, ଗୋପାଳପୁରରେ ୩୩.୪ ଏବଂ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି।

ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍‌ରୁ ଏହି ସୂଚନା ମିଳିଛି। ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା
ନେଇ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତ୍‍ସିଂହପୁର, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

Get real time updates directly on you device, subscribe now.