fbpx

ମେ ୧୯ରେ ଆକାଶରେ ଦେଖାଯିବ ଦୁର୍ଲ୍ଲଭ ‘Black Moon’: କ’ଣ ରହିଛି କାରଣ, କଳା ଚନ୍ଦ୍ରକୁ ନେଇ ଜାଣନ୍ତୁ ବୈଜ୍ଞାନିକ ରହସ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ମେ ମାସ ୧୯ ତାରିଖରେ ଆକାଶରେ ଚନ୍ଦ୍ର ଦେଖାଯିବନି । ଯଦି ଆକାଶ ପରିଷ୍କାର ରହିଥିବା ତେବେ ବୋଧହୁଏ ଚନ୍ଦ୍ରକୁ ଦେଖିବାକୁ ମିଳିବ ନାହିଁ । ଏହି ସମୟରେ ଆକାଶରେ ଦେଖିବାକୁ ମିଳିବ ଏକ ଦୁର୍ଲ୍ଲଭ ‘କଳା ଚନ୍ଦ୍ର’ । ଏହି କଳା ଚନ୍ଦ୍ର କ’ଣ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ । କଳା ଚନ୍ଦ୍ରର ନାମର କୌଣସି ଅର୍ଥ ନାହିଁ । ବିଜ୍ଞାନ ସହିତ ଏହାର ମଧ୍ୟ କୌଣସି ସମ୍ବନ୍ଧ ନାହିଁ । ଏହି ମାସରେ ଆକାଶରେ ଦେଖାଯାଉଥିବା ଚନ୍ଦ୍ରକୁ ସାଧାରଣ ଭାବେ ସିଜନାଲ ବ୍ଲକ ମୁନ୍ କୁହାଯାଏ ।

ଏକ ରିପୋର୍ଟ ମୁତାବକ, ଏହି ସିଜିନର ୪ଟି ନୂଆ ଚନ୍ଦ୍ର ମଧ୍ୟରୁ ଏହା ତୃତୀୟ ନୂଆ ଚନ୍ଦ୍ର । ପ୍ରତି ୩୩ ମାସରେ ଥରେ ଏପରି ହୋଇଥାଏ । ଧରିତ୍ରୀର ଆଷ୍ଟ୍ରୋନୋମିକାଲ ସିଜନ ପ୍ରତି ସଲଟିସରୁ ଆରମ୍ଭ ହୋଇ ଇକ୍ୱିନକ୍ସରେ ସମାପ୍ତ ହୋଇଥାଏ । ଏବେ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁ ଚାଲିଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଶରତ ଋତୁ ଚାଲିଛି । ଏହାର ଶୁଭାରମ୍ଭ ଭର୍ଣ୍ଣାଲ ଇକ୍ୱିନକ୍ସ ସହିତ ଆସନ୍ତା ୨୦ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ସେଦିନ ନୂଆ ଚନ୍ଦ୍ର ଦୃଶ୍ୟମାନ ହୋଇଥିଲା ।

ନୂଆ ଚନ୍ଦ୍ର ପ୍ରତି ୨୯.୫ ଦିନରେ ଦେଖାଯାଇଥାଏ । ଅର୍ଥାତ ଚନ୍ଦ୍ର ପୃଥିବୀକୁ ଥରେ ଚକ୍କର କାଟିଥାଏ । ଗରମରେ ଆସୁଥିବାରୁ ସଲିଟିସ ଅର୍ଥାତ ୨୧ ଜୁନ ପୂର୍ବରୁ ବହୁତ ସମୟ ରହିଥାଏ । ସେଥିପାଇଁ ଏହି ସମୟ ମଧ୍ୟରେ ଆଉ ତିନୋଟି ନୂଆ ଚନ୍ଦ୍ର ଦେଖାଯାଇଥାଏ । ଏହି ସିଜିନର ନୂଆ ଚନ୍ଦ୍ର ଦୃଶ୍ୟମାନ ହେବାର ତାରିଖ ହେଉଛି । ମାର୍ଚ୍ଚ ୨୧, ଏପ୍ରିଲ ୨୦, ମେ ୧୯ ଓ ଜୁନ ୧୮ । ଚଳିତ ମାସରେ ତୃତୀୟ ନୂଆ ଚନ୍ଦ୍ର ବ୍ଲାକ ମୁନ ଦୃଶ୍ୟମାନ ହେବ ।

Get real time updates directly on you device, subscribe now.