fbpx

ଶ୍ରୀମନ୍ଦିରରେ ଘଟିଗଲା ବିରାଟ ଅଘଟଣ: ୩ ଆହତ, ୨ ଜଣ ଗୁରୁତର

ପୁରୀ: ଶ୍ରୀମନ୍ଦିର ପରିସରରେ ଘଟିଯାଇଛି ଏକ ବିରାଟ ବଡ ଅଘଟଣ । ଭୋଗ ମଣ୍ଡପରେ ଡାଲିହାଣ୍ଡି ଭାଙ୍ଗିବା ବେଳେ କିଛି ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି । ଘଟଣାସ୍ଥଳରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଭ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ତଥ୍ୟ ଏବେ ମିଳିପାରିନାହିଁ ।

ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ମରାମତି ହେବା ନେଇ ମଧ୍ୟ ଯୋଜନା ଆରମ୍ଭ ହୋଇଛି । ଗୁରୁତ୍ୱପୂର୍ଣ୍ଣ ମିଟିଙ୍ଗ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ଏହା ସହିତ ସିଂହଦ୍ୱାର ରୂପା ଛାଊଣୀ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେତେ ରୂପା ଲାଗିବ ପ୍ରଶାସନ ଜଣାଇବା ପରେ ଦାତା ଏହା ପ୍ରଦାନ କରିବେ । ଉଭୟ କାର୍ୟ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇର ଜଣେ ଦାତା ଏହି ରୂପା ପ୍ରଦାନ କରୁଛନ୍ତି । ରଥଯାତ୍ରା ସମୟରେ ଓ ବାହୁଡା ଯାତ୍ରା ଭିତରେ ଏହି କାର୍ୟ୍ୟ ଶେଷ ହେବ । ଯେଉଁଭଳି ମଡେଲ୍ରେ ଏହା ପୂର୍ବରୁ ନିର୍ମାଣ କରାଯାଇଛି ସେହି ମଡେଲ୍ରେ ନିର୍ମାଣ କରାଯିବ । ଏହା ସହିତ ଗର୍ଭଗୃହର ମଧ୍ୟ ମରାମତି କରାଯିବ । ଏହା ମଧ୍ୟରେ ଭେଣ୍ଟିଲେସନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

Get real time updates directly on you device, subscribe now.