fbpx

ଏହି ପଶୁର କ୍ଷୀରରେ ମଦରୁ ବି ଅଧିକ ଥାଏ Alcohol! ପିଇବା ମାତ୍ରେ ହୋଇଯିବ ପ୍ରବଳ ନିଶା

ସୁସ୍ଥ ଶରୀର ଏବଂ ପୋଷଣ ପାଇଁ କ୍ଷୀର ଏକ ଗୁରୁତ୍ୱପୂର୍ଣ୍ଣ ଆହାର ଭାବରେ ଗଣା ଯାଇଥାଏ । ଅଧିକାଂଶ ଲୋକ ଗାଈ, ମଇଁଷି ବା ଛେଳି ଇତ୍ୟାଦି ପଶୁମାନଙ୍କର କ୍ଷୀରକୁ ନିଜ ଖାଦ୍ୟରେ ସାମିଲ କରିଥାନ୍ତି । ଏହା ପ୍ରୋଟିନ ସହ ଭିଟାମିନରେ ମଧ୍ୟ ଭରପୂର ହୋଇଥାଏ । ତେବେ ଏଭଳି ଏକ ପଶୁ ରହିଛି, ଯାହାର କ୍ଷୀରରେ ପ୍ରବଳ ମାତ୍ରାରେ ଆଲକହଲ ଭରି ରହିଥାଏ । ଏହି ଆଲକହଲ ବିୟର ଏବଂ ହ୍ୱିସ୍କି ଅପେକ୍ଷା ଅଧିକ ନିଶାଯୁକ୍ତ ହୋଇଥାଏ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଦମ୍ ସତ । ଏହି ପଶୁର କ୍ଷୀର କେହି ପିଇଲେ, ନିଶାଶକ୍ତ ହୋଇଯାଆନ୍ତି । ତେବେ ଆସନ୍ତୁ ଜାଣିବା ଏହି ପଶୁ କିଏ ଏବଂ ଏହାର କ୍ଷୀରରେ କେତେ ପରିମାଣରେ ଆଲକହଲ ରହିଥାଏ ।

କ୍ଷୀର ପାନ କରିବା ଭୋଜନର ଏକ ମୁଖ୍ୟ ଅଂଶ ବୋଲି କୁହାଯାଏ । ଏହା ଆମ ଶରୀରକୁ ଆବ୍ୟଶ୍ୟକୀୟ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ । ତେବେ ପ୍ରୋଟିନ ପାଇବା ପାଇଁ ବିଶେଷ କରି ଗାଈ, ମଇଁଷି କିମ୍ବା ଛେଳି କ୍ଷୀର ଆମେ ପିଇଥାଉ । ଏହି ପଶୁମାନଙ୍କ କ୍ଷୀର ଶରୀର ପ୍ରତି ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଲାଭଦାୟକ । କିନ୍ତୁ ମାଈ ହାତୀ କ୍ଷୀରରେ ପ୍ରଚୁର ପରିମାଣରେ ଆଲକହଲ ଭରି ରହିଥାଏ । ଏଥିରେ ହ୍ୱିସ୍କି, ବିୟର କିମ୍ବା ୱାଇନରୁ ବି ଅଧିକ ଆଲକହଲ ଭରି ରହିଥାଏ । ହାତୀର କ୍ଷୀରରେ ପ୍ରାୟ ୬୦ ପ୍ରତିଶତ ଆଲକହଲ ରହୁଥିବା ଜାଣିବାକୁ ମିଳିଛି ।

ରିସର୍ଚ୍ଚରୁ ଜଣାଯାଇଛି ଯେ, ହାତୀ ମୁଖ୍ୟତଃ ଆଖୁ ଖାଇବା ପାଇଁ ପସନ୍ଦ କରିଥାଏ । ଏଥିରୁ ଆଲକହଲ ପ୍ରସ୍ତୁତ ହୋଇଥାଏ । ତେଣୁ ହାତୀର କ୍ଷୀରରେ ଅତ୍ୟଧିକ ମାତ୍ରାରେ ଆଲକହଲ ମିଳିଥାଏ । ମଣିଷ ଶରୀର ପାଇଁ ହାତୀର କ୍ଷୀର ଉପଯୁକ୍ତ ନୁହେଁ ବୋଲି ଅନେକ ଡାକ୍ତର ଏବଂ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏଥିରେ ରହିଥିବା କେମିକାଲ ଖତରନାକ ହୋଇପାରେ । ଏହି କ୍ଷୀରରେ ବିଟା କେସିନ ରହିଥାଏ, ତେଣୁ କ୍ଷୀରରେ ଅଧିକ ପରିମାଣରେ ଲାକ୍ଟୋଜ ରହିଥାଏ । ଆଫ୍ରିକା ମାଈ ହାତୀଙ୍କ ଦେହରେ ଲାକ୍ଟୋଜ ଏବଂ ଓଲିଗୋସେକେରାଇଡସର ପରିମାଣ ଖୁବ ଅଦିକ ରହିଥାଏ ବୋଲି ରିସର୍ଚ୍ଚରୁ ଜାଣିବାକୁ ମିଳିଛି ।

Get real time updates directly on you device, subscribe now.