fbpx

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲା ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ, WFI କୁ ସସ୍‌ପେଣ୍ଡ କରିବାକୁ ଦେଲା ଚେତାବନୀ

ନୂଆଦିଲ୍ଲୀ: ଅନେକ ଦିନ ଧରି କୁସ୍ତିଯୋଦ୍ଧାମାନେ ପ୍ରଦର୍ଶନ ଜାରି ରଖିଥିଲେ ମଧ୍ୟ ସେମାନଙଯକ ସମସ୍ୟାର କୌଣସି ସମାଧାନ ହୋଇପାରି ନାହିଁ । ନିକଟରେ ପୋଲିସ ବଳ ପୁର୍ବକ ସେମାନଙ୍କୁ ଜନ୍ତର ମନ୍ତରୁ ହଟାଇ ଦେଇଥିଲା । ଏହାପରେ ମଙ୍ଗଳବାର ସାକ୍ଷୀ ମଲ୍ଲିକ, ଭିନେଶ ଫୌଗଟ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ଅନେକ ଶିର୍ଷ କୁସ୍ତିଯୋଦ୍ଧା ଗଙ୍ଗାରେ ସେମାନଙ୍କର ପଦକ ସବୁ ଭସାଇ ଦେବାକୁ ଯାଉଥିଲେ । ତେବେ କୃଷକ ନେତା ନରେଶ ଟିକାଇଟ କୁସ୍ତିଯୋଦ୍ଧାମାନଙ୍କୁ ଗଙ୍ଗା ନଦୀରେ ପଦଯୌନ ଶୋଷଣ ଅଭିଯୋଗ ଉପରେ କାର୍ଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏହାରି ମଧ୍ୟରେ ବର୍ତ୍ତମାନ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ମଧ୍ୟ ଏହି ପୁରା ଘଟଣାରେ ରେସଲରମାନଙ୍କୁ ସମର୍ଥନ କରିଛି ଏବଂ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। UWW କହିଛି ଯେ, କୁସ୍ତିଯୋଦ୍ଧାଙ୍କ ସହିତ ତାଙ୍କର ସ୍ଥିତି ଏବଂ ସୁରକ୍ଷଅ ବିଷୟରେ ଆଲୋଚନା ହେବ ଏବଂ ସେମାନଙ୍କର ଚିନ୍ତା ବିଷୟରେ ନ୍ୟାୟପୁର୍ଣ୍ଣ ସମାଧାନ ପାଇଁ ସଂଘ ସମ୍ପୁର୍ଣ୍ଣ ସମର୍ଥନ କରିବ । UWW, IOA ଏବଂ WFI ପରବର୍ତ୍ତୀ ସାଧାରଣ ବୈଠାକ ବିଷୟରେ ଆଡ୍ ହକ୍ କମିଟିରୁ ଅଧିକ ସୂଚନା ମାଗିବେ। ଏହି ନିର୍ବାଚନ ବୈଠକ ଆୟୋଜନ ପାଇଁ ଆରମ୍ଭ ହୋଇଥିବା ୪୫ଦିନର ସମୟ ସୀମାକୁ ସମ୍ମାନ ଦିଆଯିବ। ତେବେ ଏଭଳି କରିବାରେ ଅସମର୍ଥ ହେଲେ UWW ଭାରତୀୟ କୁସ୍ତି ସଂଘ ଉପରେ ପ୍ରତିବନ୍ଧକ ଲଗାଇପାରେ। ଆଥଲେଟ୍ମାନଙ୍କୁ ଏକ ନିରପେକ୍ଷ ପତାକା ତଳେ ପ୍ରତିଯୋଗିତା କରିବାକୁ ବାଧ୍ୟ କରିପାରେ। ଏହା ସହିତ UWW ମଧ୍ୟ WFI କୁ ନିଲମ୍ବନ ପାଇଁ ଧମକ ଦେଇଛି।

Get real time updates directly on you device, subscribe now.