fbpx

ଇଣ୍ଟରଲକିଂ ସିଷ୍ଟମ୍ କ’ଣ ? ଦୁର୍ଘଟଣାରୁ କିପରି ରକ୍ଷା କରିବ …

ନୂଆଦିଲ୍ଲୀ : ଇଣ୍ଟରଲକିଂ ସିଷ୍ଟମ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଯାହାକୁ ଟ୍ରେନ୍ ସିଗନାଲ ପାଇଁ ବ୍ୟବହୃତ କରାଯାଏ । ସରଳ ଭାଷାରେ କହିବାକୁ ଗଲେ ଟ୍ରେନର ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ଏହା ଉତ୍ତମ ବ୍ୟବସ୍ଥା । ଏହା ମାଧ୍ୟମରେ ରେଳ ଷ୍ଟେସନ, ଜଙ୍କସନ ଏବଂ ସିଗନାଲ୍ ପଏଣ୍ଟରେ ନିରାପଦ ଭାବରେ ଟ୍ରେନ୍ ଚଳାଚଳ ହୋଇପାରିବ । ଟ୍ରେନ୍ ଚଳାଚଳକୁ ନିୟନ୍ତ୍ରଣ କରିବା ପାଇଁ ଇଣ୍ଟରଲକିଂ ସିଷ୍ଟମ ବ୍ୟବହୃତ ହୁଏ । ଇଣ୍ଟରଲକିଂ ସିଷ୍ଟମର କାର୍ଯ୍ୟ ହେଉଛି, ଲାଇନ କ୍ଲିଅର ନ ହେବା ଯାଏଁ ଟ୍ରେନ୍ ଆଗକୁ ଯିବାକୁ ସଙ୍କେତ ବା ସିଗନାଲ ଦେବ ନାହିଁ ।

ଇଣ୍ଟରଲକିଂର ଅର୍ଥ ହେଉଛି ଷ୍ଟେସନରେ ଟ୍ରେନ ଯାଉଥିବା ସମୟରେ ଯଦି ଲୁପ୍ ଲାଇନ୍ ସେଟ୍ ଥାଏ, ତେବେ ଲୋକୋ ପାଇଲଟଙ୍କୁ ମୁଖ୍ୟ ଲାଇନ ପାଇଁ ସଗନାଲ୍ ମିଳିବ ନାହିଁ । ସେହିଭଳି ଯଦି ମୁଖ୍ୟ ଲାଇନ୍ ସେଟ୍ ଅଛି, ତେବେ ଲୁପ୍ ଲାଇନ୍ ପାଇଁ ସିଗନାଲ ମିଳିବ ନାହିଁ ।

ରେଳ ମନ୍ତ୍ରଣାଳୟ ଅନୁଯାୟୀ ରେଳବାଇରେ ଦୁଇ ପ୍ରକାରର ଇଣ୍ଟରଲକିଂ ସିଷ୍ଟମ ଅଛି। ଗୋଟିଏ ହେଉଛି ଯାନ୍ତ୍ରିକ ଇଣ୍ଟରଲକିଂ କିମ୍ବା ବୈଦୁତିକ ଇଣ୍ଟରଲକିଂ ଏବଂ ଅନ୍ୟଟି ହେଉଛି କମ୍ପ୍ୟୁଟର ଆଧାରିତ ଇଣ୍ଟରଲକିଂ । ଆଜିର ସମୟରେ କମ୍ପ୍ୟୁଟର ଆଧାରିତ ଇଣ୍ଟରଲକିଂ ହେଉଛି ଆଧୁନିକ ସିଗନାଲ । ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛିି । ଯେଉଁଥିରେ ଯାନ୍ତ୍ରିକ ପ୍ୟାନେଲ ଅପେକ୍ଷା ଅଧିକ ସୁବିଧା ଅଛି । ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ଲଜିକ୍ ହେଉଛି ସଫ୍ଟୱେର୍ ଆଧାରିତ । ଏହାର କାର୍ଯ୍ୟ ଫେଲ ମାରିଲେ ସର୍ବନିମ୍ନ ସିଷ୍ଟମ୍ ଡାଉନ୍ ଟାଇମ୍ ମଧ୍ୟ ଅଛି ।

Get real time updates directly on you device, subscribe now.