fbpx

ସବୁ ସୀମା ଟପିଗଲା ବର୍ବରତା: ବଲ୍ ଛୁଇଁବାରୁ ଦଳିତ ଯୁବକଙ୍କ ଆଙ୍ଗୁଠି କାଟିଦିଆଗଲା

ନୂଆଦିଲ୍ଲୀ:ଗୁଜୁରାଟର ପାଟନ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅତ୍ୟନ୍ତ ଅମାନୁଷିକତାର ଚିତ୍ର । ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେବା ପରି ଏଠାରେ କ୍ରିକେଟ୍ ଖେଳରୁ ରକ୍ତପାତ ସୃଷ୍ଟି ହୋଇଛି । କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ ଦଳିତ ସଂପ୍ରଦାୟର ଏକ ଛୋଟ ପିଲା ବଲ୍ କୁ ଧରି ଦେବାରୁ ଦଣ୍ଡ ସ୍ୱରୂପ ପିଲାର ଦାଦାଙ୍କ ବୁଢା ଆଙ୍ଗୁଠିକୁ କାଟି ଦିଆଯାଇଛି । ସ୍କୁଲ ଖେଳପଡିଆରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ପିଲାଟି ବଲ୍ କୁ ଧରି ଦେଇଥିଲା । ଯାହାର ଫଳ ସ୍ୱରୂପ ତାର ଦାଦା ଙ୍କୁ ହାତର ଆଙ୍ଗୁଠି ହରାଇବାକୁ ପଡିଛି ।

ଘଟଣାଟି ପାଟନ ଜିଲ୍ଲା କାକୋସୀ ଗ୍ରାମର । ସ୍କୁଲ ଖେଳପଡିଆରେ ଚାଲିଥିବା କ୍ରିକେଟ୍ ମ୍ୟାଚ୍ ଦେଖିୁଥବା ସମୟରେ ଏକ ଛୋଟ ବାଳକ ବଲ୍ ଟିକୁ ଉଠାଇ ନେଇଥିଲା । ଏହାପରେ କିଛି ଯୁବକ ରାଗିଯାଇ ସେହି ପିଲାଟିକୁ ଗାଳି ଦେଇଥିଲେ । ପିଲାଟି ଦଳିତ ସଂପ୍ରଦାୟର ଥିବାରୁ ତାକୁ ବିଭିନ୍ନ ଅପମାନଜନକ ଭାଷାରେ ଗାଳି କରିଥିଲେ । ପିଲାର ଦାଦା ଧୀରଜ ପରମାର୍ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଚୁପ୍ ରହିଥିଲେ ଓ ଘଟଣାଟି କିଛି ସମୟ ପାଇଁ ଥମି ଯାଇଥିଲା । କିନ୍ତୁ ପରେ ସନ୍ଧ୍ୟାରେ ୭ ଜଣିଆ ଏକ ଦଳ ହାତରେ ତୀକ୍ଷ୍ଣ ଅସ୍ତ୍ର ଧରି ଧୀରଜ ଓ ତାଙ୍କ ଭାଇ କୀର୍ତ୍ତିଙ୍କ ଘରେ ପହଞ୍ଚିଥିଲେ । ଜଣେ ଅଭିଯୁକ୍ତ କୀର୍ତ୍ତିଙ୍କ ଆଙ୍ଗୁଠି କାଟି ଦେବା ସହ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି କ୍ଷତାକ୍ତ କରିଥିଲା । ଏହି ଘଟଣା ପରେ ପୋଲିସ ବିଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

 

Get real time updates directly on you device, subscribe now.