fbpx

ସ୍ୱାସ୍ଥ୍ୟମନ୍ତ୍ରାଳୟର ଚେତାବନୀ, ଲକ୍-ଡାଉନ ଯୋଗୁଁ ଦେଶରେ ବଢିପାରେ ଜନସଂଖ୍ୟା

ଦେଶରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଲଗାତାର ଲକ୍-ଡାଉନ୍ ବଢାଇଚାଲିଛନ୍ତି କେନ୍ଦ୍ର ସରକାର । ଏହି ସମୟରେ ଆଉ ଏକ ଚିନ୍ତା ଭାରତକୁ ଗ୍ରାସିବାରେ ଲାଗିଲାଣି । ଡେରାଡୁନ୍ ଜିଲ୍ଲା ଆଇନ ସେବା ପ୍ରାଧିକରଣ କରିଥିବା ଏକ ସର୍ଭେ କରିବା ଦ୍ୱାରା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚେତାବନୀ ଦିଆଯାଇଛି । ଲିଖିତ ପତ୍ର ମାଧ୍ୟମରେ ଚେତାବନୀ ଦିଆଯାଇଛି କି, ଲକ୍-ଡାଉନ୍ ଯୋଗୁଁ ଦେଶରେ ଦ୍ରୁତଗତିରେ ଜନସଂଖ୍ୟା ବଢିପାରେ । ଏହାର କାରଣ ହେଉଛି କି, ମହିଳାଙ୍କୁ ଠିକ୍ ସମୟରେ ଗର୍ଭନିରୋଧ ଔଷଧ ମିଳୁନାହିଁ । ଏହି ସମସ୍ୟା କେବଳ ଗ୍ରାମାଞ୍ଚଳ ନୁହେଁ, ବରଂ ସହରାଞ୍ଚଳରେ ବି ଦେଖିବାକୁ ମିଳୁଛି । ଦେଶରେ ଜନସଂଖ୍ୟା ବଢିବାର ଏହା ପ୍ରଧାନ କାରଣ ହୋଇପାରେ ।

Get real time updates directly on you device, subscribe now.