fbpx

ଜୁନ୍ ତ୍ରୈୟମାସରେ ୬-୬.୩ ପ୍ରତିଶତ ରହିବ ଭାରତର ଜିଡିପି: ମୁଡିଜ୍

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ରେ ଜୁନ୍ ମାସରେ ସମାପ୍ତ ହେଉଥିବା ପ୍ରଥମ ତ୍ରୈମାସିକରେ ଭାରତୀୟ ଅର୍ଥବ୍ୟବସ୍ଥା ୬-୬.୩ ପ୍ରତିଶତ ହାରରେ ବଢିବ ବୋଲି ଆକଳନ କରିଛି ଆନ୍ତର୍ଜାତୀୟ ରେଟିଂ ଏଜେନ୍ସୀ ମୁଡିଜ୍ । ଏହା ସହିତ ଭାରତ ସରକାରଙ୍କ ରାଜସ୍ୱ ମଧ୍ୟ ଏହି ସମୟରେ କମ୍ ରହିବ ବୋଲି ଆକଣ କରିଛି । ଅନ୍ୟପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୩-୨୪ ପ୍ରଥମ ତ୍ରୈୟମାସିକରେ ୮% ହାରରେ ବଢିବ ବୋଲି ଆକଳନ କରିଛି ।

ମୁଡି ଇନଭେଷ୍ଟର୍ ସର୍ଭିସେସ୍ ର ଆସୋସିଏଟ୍ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଜିନ୍ ୱାଙ୍ଗ୍ କହିଛନ୍ତି ଯେ, ୨୦୨୨-୨୩ ପାଇଁ ଭାରତର ସାଧାରଣ ସରକାରୀ ଋଣ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ୮୧.୮ ପ୍ରତିଶତ ବହୁତ ଉଚ୍ଚ ସ୍ତରରେ ଥିବାବେଳେୠଣ କ୍ଷମତା ଏହାଠାରୁ ବହୁତ କମ୍ । ସେ କହିଛନ୍ତି ଯେ ଉଚ୍ଚ ଅଭିବୃଦ୍ଧି ହାସଲ କରିବାକୁ ଭାରତର ସାମର୍ଥ୍ୟ ରହିଛି ଏବଂ ଏହାର ଶକ୍ତି ସ୍ଥିର ଘରୋଇ ଆର୍ଥିକ ଆଧାର ଏବଂ ସରକାରୀଋଣ ପାଇଁ ଦୃଢ ବାହ୍ୟ ସ୍ଥିତିରେ ରହିଛି । ୱାଙ୍ଗ୍ କହିଛନ୍ତି, ଆମେ ଅନୁମାନ କରୁଛୁ ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତର ଅଭିବୃଦ୍ଧି ହାର ପ୍ରାୟ ୬-୬.୩ ପ୍ରତିଶତ ହେବ, ଯାହା ୨୦୨୨-୨୩ ଆର୍ôଥକ ବର୍ଷର ଶେଷ ତ୍ରୈମାସରେ ରେକର୍ଡ ହୋଇଥିବା ପ୍ରାୟ ୬.୧ ପ୍ରତିଶତ ଅଟେ ।

Get real time updates directly on you device, subscribe now.