ଜାମ୍ମୁ କାଶ୍ମୀରରେ ପାକିସ୍ତାନର ନୂଆ ଷଡଯନ୍ତ୍ର: ଭାରତରେ ଅସ୍ତ୍ରଶସ୍ତ୍ର ସପ୍ଲାଏ କରିବା ପାଇଁ ମହିଳା ଏବଂ କିଶୋରମାନଙ୍କୁ କରୁଛି ବ୍ୟବହାର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଗାତାର ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଏବଂ ଶାନ୍ତି ଭଙ୍ଗ କରିବା ପାଇଁ ନୂଆ ଉପାୟ ଖୋଜୁଛନ୍ତି । ଏଥିପାଇଁ ପାକିସ୍ତାନୀ ସଂଗଠନ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ଯଥା ଆଇଏସଆଇ ଏବେ ମହିଳା, ଝିଅ ଏବଂ କିଶୋରମାନଙ୍କୁ ନିଜର ଟାର୍ଗେଟ କରିବାକୁ ଚେଷ୍ଟା କରୁଛି । କେବଳ ଏତିକି ନୁହେଁ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ମହିଳା ଏବଂ କିଶୋରମାନଙ୍କୁ ଅସ୍ତ୍ରଶସ୍ତ୍ର, ମେଡିସିନ୍ ଏବଂ ଆତଙ୍କବାଦୀ ଗୋଷ୍ଠୀର ମେସେଜ୍ ପଠାଇବାରେ ବ୍ୟବହାର କରୁଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଚିନ୍ସର କର୍ପସର ଜେନେରାଲ୍ ଅଫିସର କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ ଅମରଦୀପ ସିଂ ଅଜଲା କହିଛନ୍ତି ଯେ, ସୁରକ୍ଷା ବାହିନୀଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି କାରଣ ନୂଆ ବିପଦ ହେଉଛି କିଚ ମହିଳା ଏବଂ କିଶୋରମାନଙ୍କର ବ୍ୟବହାର ମେସେଜ୍, ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ କରାଯାଉଛି । ଏଲଓସିର ସେପଟେ ଥିବା ଲୋକମାନେ ଏହି ଷଡଯନ୍ତ୍ର ରଚୁଛନ୍ତି କରୁଛନ୍ତି ।

ଲେଫ୍ଟନାଣ୍ଟ ଜେନେରାଲ୍ ଅମରଦୀପ ସିଂ ଅଜଲାଙ୍କ ଅନୁଯାୟୀ, ସେନା ଏପରି କିଛି ମାମଲା ଚିହ୍ନଟ କରିଛି ଯେଉଁଥିରେ ମହିଳା, ବାଳିକା ଏବଂ କିଶୋରମାନଙ୍କୁ ବାର୍ତ୍ତା, ଡ୍ରଗ୍ସ ଏବଂ ବେଳେବେଳେ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ନିଯୁକ୍ତି ଦିଆଯାଉଛି । ଏହା ସହିତ ଅମରଦୀପ ସିଂ ଅଜଲା କହିଛନ୍ତି ଯେ ଏହା ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ଏକ ନୂଆ କୌଶଳ । ଏହାର ମୁକାବିଲା ପାଇଁ ଆମେ ଅନ୍ୟ ଏଜେନ୍ସିଗୁଡିକ ସହିତ କାମ କରୁଛୁ ।