fbpx

ଘୂର୍ଣ୍ଣିବଳୟ ବିପର୍ଯ୍ୟୟର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଗୁଜୁରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଏକ ଟେବୁଲ ବୈଠକର ସମୀକ୍ଷା କରିଛନ୍ତି । ସେ ଗୁଜୁରାଟରେ ହେବାକୁ ଥିବା ଘୂର୍ଣ୍ଣୀବଳୟର ପୁନଃ ସମୀକ୍ଷା କରାଇବା ପାଇଁ ଏହି ବୈଠକଟି ଆୟୋଜିତ କରିଛନ୍ତି । ରବିବାର ଦିନ ଅତି ଭୟଙ୍କର ଘୂର୍ଣ୍ଣୀବଳୟ”ବିପର୍ଯ୍ୟୟ’ ଧିରେ ଧିରେ ବୃଦ୍ଧି ପାଇବ । ମୁମ୍ବାଇରେ ସୋମବାର ଦିନ ମେରୀନ ଡ୍ରାଇଭ ଠାରେ ବିପର୍ଯ୍ୟୟର ତୀବ୍ର ରୂପ ଧାରଣ କରିଥିବା ସମୟରେ ଉଚ୍ଚ ତରଙ୍ଗ ଦେଖାଯାଇଥିଲା ।

ଏହି ସମୟରେ ଗୁଜୁରାଟର ସରକାର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏନଡିଆରଫ ଏବଂ ଏସଡିଆରଫ ଟିମ ନିୟୋଜିତ କରିଛନ୍ତି ଏବଂ ୬ଟି ଜିଲ୍ଲାକୁ ଆଶ୍ରୟସ୍ଥଳ ସ୍ଥାପନ କରିବାକୁ ଯୋଜନା କରିଛନ୍ତି । ରବିବାର ଦିନ ଏହି ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ଗୁଜୁରାଟ ପ୍ରଶାସନ ବିଭିନ୍ନ ପକ୍ଷର ପ୍ରସ୍ତୁତି ଉପରେ ଭଲ ସମୀକ୍ଷା କରିଛନ୍ତି ।

ପୂର୍ବ-କେନ୍ଦ୍ରୀୟ ତଥା ଉତ୍ତର-ପୂର୍ବ ଆରବ ସାଗରରେ ଅତ୍ୟଧିକ ଭୟଙ୍କର ଘୂର୍ଣ୍ଣୀବଳୟ “ବିପର୍ଯ୍ୟୟ’କୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ(ଆଇଉମଡି) ସୌରାଷ୍ଟ୍ର ଏବଂ କୁଚ କୋଷ୍ଟ ପାଇଁ ଏକ ଅରେନ୍ଜ ଆଲର୍ଟ ଜାରି କରିଛି । ଜାତୀୟ ଗୃହ କମିଟିର ଏକ ବୈଠକରେ କେନ୍ଦ୍ର ଗୃହ ସଚିବ ଅଧ୍ୟକ୍ଷତା କରିଥିଲେ । ପିଟିଆଇର ସୂଚନା ଅନ୍ୟୁାୟୀ ଆସୁଥିବା ଘୂର୍ଣ୍ଣୀବଳୟର ମୁକାବିଲା ପାଇଁ କେନ୍ଦ୍ରିୟ ମନ୍ତ୍ରାଳୟ ,ଏଜେନ୍ସି ଏବଂ ଗୁଜୁରାଟର ସରକାରଙ୍କ ପ୍ରସ୍ତୁତି ବୋଲି ମନ୍ତ୍ରାଳୟର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗୁଜୁରାଟ ସରକାରଙ୍କୁ ସେମାନଙ୍କ ଉଦ୍ଧାର, ପ୍ରସ୍ତୁତି ଏବଂ ପୁର୍ନଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଏନଡିଆରଏଫ ,ବାୟୁସେନା,ନୌସେନା ଏବଂ ତଟରକ୍ଷୀ ବାହୀନିର ପର୍ଯାପ୍ତ ସଂଖ୍ୟଙ୍କ ଦଳ ଏବଂ ସଂପତ୍ତି ନିୟୋଜିତ କରାଯାଇଛି । ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଗୁଜୁରାଟରେ ତୀବ୍ର ପବନ ସହିତ ବଜ୍ରପାତ ଆରମ୍ଭ ହେବ । ଏହା ଆବଶ୍ୟକୀୟ ସର୍ତ୍ତକତା ଅବଲମ୍ବନ କରିବା ଏବଂ ସୁରକ୍ଷାର ପ୍ରସ୍ତୁତି କରିବା ଉପରେ ଧ୍ୟାନ ଦେବା । ବୁଧବାର ପର୍ଯ୍ୟନ୍ତ ସେମାନେ ଅତ୍ୟନ୍ତ ସତର୍କ ରହିବେ ବୋଲି ପୂର୍ବାନୁମାନରୁ ଆଇଏମଡି ଆଲର୍ଟ ଜାରି କରିଛନ୍ତି ।

Get real time updates directly on you device, subscribe now.