fbpx

ଶରୀର ପାଇଁ ଲାଭଦାୟକ ଅମୃତଭଣ୍ଡା, କିନ୍ତୁ ଅଧିକ ଖାଇଲେ ଭୋଗିବେ ଏହି ସମସ୍ୟା

ଅମୃତଭଣ୍ଡା ଶରୀର ପାଇଁ ଭଲ ବୋଲି ଡାକ୍ତର କହିଥାଆନ୍ତି। ହେଲେ ଏହାକୁ ଅଧିକ ପରିମାଣରେ ଖାଇଲେ ଏହା ଶରୀରରେ ଅସୁବିଧା ସୃଷ୍ଟି କରିଥାଏ। ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଫାଇବର ଓ ଭିଟାମିନ୍‌ ସି ଥିବାରୁ ଏହାର ଅଧିକ ବ୍ୟବହାର କ୍ଷତିକାରକ।

-ଗର୍ଭବତୀ ମହିଳା ଅମୃତଭଣ୍ଡା ଖାଇବା ମନା କାରଣ ଏହାଦ୍ୱାରା ଗର୍ଭପାତ ହେବାର ଯଥେଷ୍ଟ ସମ୍ଭାବନା ଥାଏ।
-ଏଥିରେ ଥିବା ଫାଇବର ଖାଦ୍ୟ ହଜମ କରିବା ଓ କୋଷ୍ଠ କାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ। ହେଲେ ଏହାକୁ ଅଧିକ ପରିମାଣରେ ଖାଇଲେ କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଦିଏ।
-ଅମୃତଭଣ୍ଡା ଅଧିକ ଖାଇଲେ ଆଲର୍ଜି ଭଳି ସମସ୍ୟା ହେବା ସହ ମୁଣ୍ଡ ବୁଲାଇଥାଏ।
-ଏଥିରେ ଥିବା ଭିଟାମିନ୍‌ ସି ଅଧିକ ପରିମାଣରେ ଶରୀରକୁ ଗଲେ କିଡ୍‌ନୀ ଷ୍ଟୋନ ହେବାର ସମ୍ଭାବନାକୁ ବଢାଇ ଦେଇଥାଏ।
-ଶରୀରରେ ରକ୍ତ ଶର୍କରାର ପରିମାଣ ସବୁବେଳେ ସନ୍ତୁଳିତ ଅବସ୍ଥାରେ ରହିବା ଭଲ। ହେଲେ ଯେଉଁମାନେ ଅଧିକ ପରିମାଣରେ ଅମୃତଭଣ୍ଡା ଖାଇ ଥାଆନ୍ତି ସେମାନଙ୍କର ବ୍ଲଡ ସୁଗାର କମିଯାଇଥାଏ। ଫଳରେ ଶରୀରରେ ନାନା ସମସ୍ୟା ଦେଖାଦିଏ।

Get real time updates directly on you device, subscribe now.