fbpx
BJD SKY
BJD SKY

ଡିଜିଟାଲ ପେମେଣ୍ଟରେ ଭାରତ ନମ୍ବର ୱାନ୍‌

BJD

ନୂଆଦିଲ୍ଲୀ: ୨୦୨୨ ବର୍ଷ ପାଇଁ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି । ସରକାରଙ୍କ ସିଟିଜେନ୍‌ ଏନ୍‌ଗେଜ୍‌ମେଣ୍ଟ ପ୍ଲାଟ୍‌ଫର୍ମ ମାଇଁଜିଓଭିଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ଉନ୍ମୋଚିତ ହୋଇଛି ।

ଆଲୋଚ୍ୟ ବର୍ଷରେ ଭାରତରେ ୮.୯୫ କୋଟି ସଂଖ୍ୟକ ଡିଜିଟାଲ କାରବାର ହୋଇଛି । ଏ ସମୟରେ ସମଗ୍ର ବିଶ୍ୱରେ ହୋଇଥିବା ରିଅଲ୍‌-ଟାଇମ୍‌ ପେମେଣ୍ଟ୍‌ସର ଏହା ୪୬% ।

ତେବେ ପରବର୍ତ୍ତୀ ୪ ବୃହତ୍‌ ରାଷ୍ଟ୍ରରେ ହୋଇଥିବା ଡିଜିଟାଲ କାରବାର ତୁଳନାରେ ଭାରତରେ ଅଧିକ ଟ୍ରାଞ୍ଜାକ୍‌ସନ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବିଶେଷଜ୍ଞମାନଙ୍କ କହିବାନୁସାରେ, ଉଭୟ ମୂଲ୍ୟ ଏବଂ ପରିମାଣ ହିସାବରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ନୂଆ ମାଇଲଖୁଣ୍ଟ ହାସଲ କରିଛି । ଏହା ଭାରତର ଦୃଢ଼ ପେମେଣ୍ଟ ଇକୋସିଷ୍ଟମ୍‌କୁ ବୁଝାଉଛି । ଭାରତରେ ଡିଜିଟାଲ ଗ୍ରହଣୀୟତାକୁ ଏହା ଦର୍ଶାଉଛି ।
ମାଇଁଜିଓଭିଇଣ୍ଡିଆ ପକ୍ଷରୁ ଟୁଇଟ୍‌ କରାଯାଇ ଉପରୋକ୍ତ ସୂଚନା ଦିଆଯାଇଛି । ଡିଜିଟାଲ ପେମେଣ୍ଟ ଲ୍ୟାଣ୍ଡ୍‌ସ୍କେପ୍‌ରେ ଭାରତ ଏହାର ପ୍ରଭୁତ୍ୱ ବଜାୟ ରଖିଛି।

ନୂଆ ନୂଆ ସମାଧାନ ଏବଂ ବ୍ୟାପକ ଆଦୃତି ଦ୍ୱାରା ଏକ ନଗଦରହିତ ଅର୍ଥନୀତି ଭାବେ ଭାରତ ନେତୃତ୍ୱ ନେଉଥିବା ମାଇଁଜିଓଭିଇଣ୍ଡିଆ ପକ୍ଷରୁ ଉଲ୍ଲେଖ କରାଯାଇଛି ।ତେବେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ପରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି । ଆଲୋଚ୍ୟ ସମୟରେ ଏଠାରେ ୨.୯୨ କୋଟି ସଂଖ୍ୟକ ଡିଜିଟାଲ କାରବାର ହୋଇଛି । ଏହା ପଛକୁ ତୃତୀୟ ସ୍ଥାନରେ ରହିଛି ଚୀନ୍‌ । ଚୀନ୍‌ରେ ୨୦୨୨ରେ ୧.୭୬ କୋଟି ସଂଖ୍ୟକ ଡିଜିଟାଲ କାରବାର ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.