fbpx

କିପରି ଚିହ୍ନିବେ ଆପଣଙ୍କୁ ଷ୍ଟୋମାକ କ୍ୟାନ୍ସର ହୋଇଛି କି ନାହିଁ ? ଜାଣନ୍ତୁ କିଛି ଉପାୟ

ଆଜିକାଲିର ଖରାପ ଜୀବନଶୈଳୀ ଯୋଗୁଁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ସେହିପରି ରହିଛି ଷ୍ଟୋମାକ କ୍ୟାନ୍ସର, ଯାହାକୁ ଆଦ୍ୟାବସ୍ଥାରୁ ଚିକିତ୍ସା କରାଇଲେ ଆରୋଗ୍ୟ ଲାଭ କରିବାର କିଛି ଅଂଶ ସୁଯୋଗ ରହିଛି। ହେଲେ ଏହା ଜଟିଳ ଅବସ୍ଥା ଧାରଣ କରିଥିଲେ ଏହି ଆଶା ପ୍ରାୟ କ୍ଷୀଣ।

ତେବେ ଷ୍ଟୋମାକ କ୍ୟାନ୍ସରକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନେ ଦୀର୍ଘ ୪ବର୍ଷ ଏପରି ବିଷୟବସ୍ତୁ ଉପରେ ଗବେଷଣାକରି ଏ କଥା ଜାଣିପାରିଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତିଙ୍କର ଶ୍ୱାସକ୍ରିୟାରୁ ଏହି କ୍ୟାନ୍ସର ବିଷୟରେ କେତେକାଂଶରେ ସୂଚନା ମିଳିପାରିବ।

ଗବେଷଣା ସମୟରେ ସେମାନେ ଏହାର ପରିସରଭୁକ୍ତ କେତେଜଣ ବ୍ୟକ୍ତିଙ୍କର ଶ୍ୱାସକ୍ରିୟାକୁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ସମୟରେ ସେମାନେ ଶ୍ୱାସକ୍ରିୟାର ପାଞ୍ଚଟି ରାସାୟନିକ ତତ୍ତ୍ୱକୁ ଗୁରୁତ୍ୱ ଦେଇଥିଲେ। ଏଥିରୁ ସେମାନେ ଷ୍ଟୋମାକ କ୍ୟାନ୍ସରର ଲକ୍ଷଣ ସମ୍ପର୍କରେ କେତେକ ତଥ୍ୟ ଜାଣିବାକୁ ପାଇଥିଲେ।

Get real time updates directly on you device, subscribe now.