fbpx

ସ୍ମାର୍ଟଫୋନ କାହିଁକି ବ୍ଲାଷ୍ଟିଂ ହୁଏ: ମୋବାଇଲ ବ୍ୟାଟେରୀ ମୁଖ୍ୟତଃ ୮ଟି କାରଣ ଯୋଗୁଁ ଫାଟିଥାଏ

ନୂଆଦିଲ୍ଲୀ: ଆଜିର ସମୟରେ ସ୍ମାର୍ଟଫୋନର ବହୁଳ ବ୍ୟବହାର ହେଉଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କେହି ମୁହୂର୍ତ୍ତଟିଏ ମୋବାଇଲଠାରୁ ଦୂରେଇ ରହି ପାରୁନାହାନ୍ତି । ଖାଇବା, ପିଇବାଠାରୁ ଆରମ୍ଭ କରି ବାଥରୁମରେ, ଶୟନ କକ୍ଷରେ ସମସ୍ତେ ମୋବାଇଲ ବ୍ୟବହାର କରୁଥିବା ଦେଖାଯାଉଛି । ତେବେ ମୋବାଇଲର ଅତ୍ୟଧିକ ବ୍ୟବହାର କାରଣରୁ ବ୍ୟାଟେରୀ ଫାଟି ଅନେକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଖବର ଆସିଛି । ତେଣୁ ଏନେଇ ଆମକୁ ସଚେତନ ହେବା ଆବଶ୍ୟକ ।

ନିକଟରେ ଜଣେ ବୃଦ୍ଧ ବ୍ୟକ୍ତି ମୋବାଇଲକୁ ନିଜ ଶାର୍ଟ ପକେଟରେ ରଖିଥିବା ବେଳେ ଅଚାନକ ତାଙ୍କର ମୋବାଇଲ ହୁତୁହୁତୁ ହୋଇ ଜଳିଉଠିବା ସହିତ ଫାଟି ଯାଇଥିଲା । ମାତ୍ର ଅଳ୍ପକେ ବୃଦ୍ଧ ଜଣଙ୍କର ବଞ୍ଚି ଯାଇଥିଲେ । ଗତ ଏପ୍ରିଲ ମାସରେ ମୋବାଇଲ ଫାଟିବା କାରଣରୁ କେରଳର ଗୋଟିଏ ୩ୟ ଶ୍ରେଣୀ ପିଲାର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ ମୋବାଇଲ କାହିଁକି ବ୍ଲାଷ୍ଟିଂ ହୁଏ । ସାଧାରଣ ଭାବେ ବିଭିନ୍ନ କାରଣରୁ ମୋବାଇଲ ବ୍ୟାଟେରୀ ଫାଟିଥାଏ ।

ଆଇଟି ଏକ୍ସପର୍ଟଙ୍କ ମତରେ, ଚାର୍ଜିଂ ସମୟରେ ମୋବାଇଲ ଆଖାପାଖରେ ରେଡିଏସର ଅତ୍ୟଧିକ ହୋଇଥାଏ । ଏହି କାରଣରୁ ବ୍ୟାଟେରୀ ଗରମ ହୋଇଥାଏ । ତେଣୁ ଚାର୍ଜ କରିବା ସମୟରେ ବ୍ଲାଷ୍ଟିଂ ସମ୍ଭାବନା ରହିଥାଏ । ଅନେକ ସମୟରେ ଆମର ଭୁଲ କାରଣରୁ ବ୍ୟାଟେରୀ ଓଭରହିଟ୍ ହୁଏ ଓ ସେଥିରେ ବିସ୍ଫୋରଣ ହୁଏ । ବ୍ୟାଟେରୀରର ସେଲ ଡେଡ୍ ହେବାରେ ଲାଗିଥାଏ, ଫଳରେ ଫୋନ ଭିତରେ କେମିକାଲ ପରିବର୍ତ୍ତନ ହୋଇଥାଏ ଓ ବ୍ୟାଟେରୀ ବିସ୍ଫୋରଣ ହୋଇଥାଏ ।

ଫୋନର ସ୍କ୍ରିନ କଲର ବ୍ଲର ହେବା ବା ସ୍କ୍ରିନ ସମ୍ପୂର୍ଣ୍ଣ ଭାବେ ଡାର୍କନେସ ହେଲେ ସତର୍କ ହେବା ଜରୁରୀ । ଏପରି ସ୍ଥିତିରେ ସଙ୍ଗେ ମୋବାଇଲ ରିପେୟାର କରୁଥିବା ଲୋକ ପାଖକୁ ଯିବା ଦରକାର । ଯଦି ଫୋନ ବାରମ୍ବାର ହ୍ୟାଙ୍ଗ ହେଉଛି, ପ୍ରୋସେସିଂ ସ୍ଲୋ ହେଉଛି ତେବେ ଏଭଳି ସଙ୍କେତ ପରେ ସାବଧାନ ହୋଇଯାଆନ୍ତୁ । କଥାବାର୍ତ୍ତା ସମୟରେ ଯଦି ଫୋନ ଅଧିକ ଗରମ ହେଉଛି ତେବେ ସାବଧାନ ହୋଇଯାଆନ୍ତୁ ।

ଥାର୍ଡ ପାର୍ଟି ଚାର୍ଜରରେ ଚାର୍ଜ କରାଇବା ଫୋନ୍ ପାଇଁ କ୍ଷତିକାରକ ହୋଇପାରେ । ଥାର୍ଡ ପାର୍ଟି ଚାର୍ଜର ଆପଣଙ୍କ ଫୋନକୁ ଡ୍ୟାମେଜ କରିବା ସହିତ ଶର୍ଟ ସର୍କିଟ କରିପାରେ । ଫୋନ ଫାଟିବାର ମୁଖ୍ୟ କାରଣ ତା’ର ମାନୁଫାକଚରିଂ ଜନିତ ତ୍ରୁଟି । ଫୋନରେ ଦିଆଯାଇଥିବା ଲିଥିୟମ-ଆୟନ ବ୍ୟାଟେରୀ ଯଦି ଠିକରେ ଟେଷ୍ଟ କରାଯାଇନଥିବ ତେବେ ଆଗକୁ ଏହା ବିସ୍ଫୋରଣ କରାଇଥାଏ ।

ସାଧାରଣ ଭାବେ ବ୍ୟାଟେରୀ ଭିତରେ ଥିବା ସେଲ୍ସ ଅଧିକ ତାପମାତ୍ରା ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ । ଏହାର ପରିଣାମସ୍ୱରୂପ ଥର୍ମାଲ ବାହାରକୁ ବାହାରି ଆସିଥାଏ । ଶସ୍ତା ବ୍ୟାଟେରୀରେ ଶର୍ଟ ସର୍କିଟର ସମ୍ଭାବନା ଅଧିକ ବୋଲି କୁହାଯାଏ । ଫୋନରେ ବାହ୍ୟ ଫୋର୍ସ ଲଗାଇବା ଫଳରେ ତାହା ଫାଟି ଯାଇଥାଏ । ତେଣୁ ବାଇକରେ ଯିବା ସମୟରେ ଫୋନ ବ୍ୟବହାର କରନ୍ତୁ ନାହିଁ । ଫୋନକୁ ଗରମ ସ୍ଥାନରେ ବା ସିଧାସଳଖ ଖରାରେ ରଖନ୍ତୁ ନାହିଁ ।

ବ୍ୟାଟେରୀର ଫିଜିକାଲ କଣ୍ଡିସନ ପାଇଁ ତାହା ଫାଟିଥାଏ । ତେଣୁ ଥରେ ଫୋନ ତଳେ ପଡ଼ିବା ପରେ ନୂଆ ବ୍ୟାଟେରୀ ଲଗାନ୍ତୁ । ଅନେକ ଫୋନକୁ ରାତି ସାରା ଚାର୍ଜ କରିଥାନ୍ତି । ଆଉ କିଛି ଗୀତ ଶୁଣି ଶୁଣି ଶୋଇଯାଇଥାନ୍ତି । ଏଭଳି ସ୍ଥିତିରେ ଫୋନ୍ ଗରମ ହୋଇ ଫାଟି ଯାଇଥାଏ । ଫୋନକୁ ଚାର୍ଜରରେ ଲଗାଇବା, ଗୀତ ଶୁଣିବା ବା କଥା ହେବା ପରି ଏକାଧିକ କାମ କରନ୍ତୁ ନାହିଁ । ଏହା ଫୋନ ଉପରେ ଚାପ ପକାଇଥାଏ ।

ମୋବାଇଲ ୱାଟରପ୍ରୁଫ ନୁହେଁ । ତେଣୁ ଏହା ଥରେ ପାଣିରେ ପଡ଼ିଲେ ତାହା ଖରାପ ହୋଇଯାଇଥାଏ । ଶସ୍ତା ବ୍ୟାଟେରୀ, ଶସ୍ତା ଚାର୍ଜରଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ । ମଣିଷକୁ ଯେମିତି ଆରାମ ଦରକାର ବୈଦ୍ୟୁତିକ ଡିଭାଇସକୁ ମଧ୍ୟ ଯେମିତି ଆରାମ ଦରକାର । ମୋବାଇଲକୁ ଯତ୍ନରେ ନ ରଖିବା, ଠିକଭାବେ ବ୍ୟବହାର ନ କରି ଖାମଖିଆଲି ହେବା ଆଦି ବିଭିନ୍ନ କାରଣରୁ ତାହା ଖରାପ ହୋଇଯାଇଥାଏ ।

Get real time updates directly on you device, subscribe now.