ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଲୋକମାନେ ଯେତେ ଅଧିକ ଶିକ୍ଷିତ ହେଉଛନ୍ତି ସେହି ଅନୁପାତରେ ସେମାନଙ୍କର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏଭଳି ଶିକ୍ଷିତ ସମାଜରେ ଅସାମାଜିକ ଲୋକଙ୍କର ଅଭାବ ନାହିଁ । କିଛି ଲୋକଙ୍କର ଚିନ୍ତାଧାରା ଏତେ ନିମ୍ନସ୍ତରକୁ ଚାଲିଗଲାଣି ଯେ ସେମାନେ ଭଲ, ମନ୍ଦ କ’ଣ ତାହା ଜାଣିବାର କ୍ଷମତା ହରାଇ ବସିଛନ୍ତି । ଏଭଳି ଚିନ୍ତାଧାରା ସମ୍ପନ୍ନ ଲୋକମାନେ ସଭ୍ୟ ସମାଜ ପାଇଁ ଏକ ବଡ଼ କଳଙ୍କ ।
ଆମେମାନେ ସମସ୍ତେ ସାଧାରଣତଃ ଆଳୁ, ସାରୁ, ଟଙ୍କା, ଗହଣା, ବାଇକ୍ ଆଦି ଚୋରଙ୍କ ବିଷୟରେ ଶୁଣିଛେ । କେବେ କୌଣସି ମହିଳା, ଯୁବତୀଙ୍କର ଅନ୍ତବସ୍ତ୍ର ଚୋରି କଥା ଆପଣମାନେ ଶୁଣିଛନ୍ତି କି? ଗତବର୍ଷ ସେପ୍ଟେମ୍ବର ମାସରେ ରାଜଧାନୀ ଭୁବନେଶ୍ୱରରେ ପର୍ଦ୍ଦାଫାଶ ହୋଇଥିଲା ଏଭଳି ଏକ ରସିକିଆ ଚୋରର କଳାକାରନାମା । ଏହି ଚୋରଟି ହଷ୍ଟେଲରୁ ବ୍ରା ଚୋରି କରି ଫେରାର ହେଉଥିଲା । ଏହି ସମୟରେ ଯୁବତୀମାନେ ଚୋରର ଗାଡ଼ିର ଫଟୋ ଉଠାଇ ପୋଲିସକୁ ଖବର ଦେଇଥିଲା । ଏହାପରେ ପୋଲିସ ଏହି ଚୋରକୁ ଗିରଫ କରିବା ସହିତ ତା’ ପାଖରୁ ୨୫ରୁ ଅଧିକ ବ୍ରା ଜବତ କରିଥିଲା ।
ତେବେ ଏହା ମଧ୍ୟରେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଗୋଟିଏ ଚୋର ମହିଳାଙ୍କ ଅନ୍ତବସ୍ତ୍ର ଚୋରି କରୁଥିବା ସମୟରେ ଭିଡିଓ ରେକର୍ଡ ହୋଇଛି । ଉକ୍ତ ଚୋରଟି ଘରଭଡ଼ାରେ ରହିବା ବାହାନାରେ ଆସି ଏହି ହରକତ କରୁଥିଲା । ଚୋରଟି ପ୍ରଥମେ ଗୋଟିଏ ଘରେ ପ୍ରବେଶ କରୁଥିଲା ଓ ତା’ରେ ଛାତ ଉପରକୁ ଯାଇ ମହିଳାଙ୍କ ଅନ୍ତବସ୍ତ୍ର ଚୋରି କରିନେଉଥିଲା । ଗତ ୨୦୨୨ରେ ମଧ୍ୟପ୍ରଦେଶର ଗ୍ୱାଲିଅର ଅଞ୍ଚଳରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ମହିଳାଙ୍କ ଅସ୍ତ୍ରବସ୍ତ୍ର ଚୋରି କରୁଥିବା ସମୟରେ ଗୋଟିଏ ଚୋର ଧରାପଡ଼ିଥିଲା ।