fbpx

ଭାରତୀୟ ପୁଞ୍ଜି ବଜାରରେ ହାତ ଖୋଲି ନିବେଶ କରୁଛନ୍ତି ବିଦେଶୀ, ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଲେଣି କେତେ ନିବେଶ

ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜି ବଜାରରେ ବିଦେଶୀ ପୋର୍ଟପୋଲିଓ ନିବେଶ(ଏଫପିଆଇ) ନିବେଶ ଧାରା ଜୁନ୍ ମାସରେ ଲଗାତାର ଚତୁର୍ଥ ମାସ ପାଇଁ ଜାରି ରହିଛି । କରୋନା ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ପୁନଃରୁଦ୍ଧାର ଏବଂ ସକରାତ୍ମକ ଅଭିବୃଦ୍ଧି ଦୃଷ୍ଟିକୋଣରୁ ବିଦେଶୀ ନିବେଶକମାନେ ଜୁନ୍ ମାସରେ ଭାରତୀୟ ଷ୍ଟକ୍ ମାର୍କେଟରେ ୧୬,୪୦୫ କୋଟି ଟଙ୍କା ବିନିଯୋଗ କରିଛନ୍ତି । ମେ ମାସରେ ଏଫ୍‌ପିଆଇ ସେୟାରରେ ୪୩,୮୩୮ କୋଟି ଟଙ୍କା ବିନିଯୋଗ କରିଥିଲା । ଯାହା ଗତ ନଅ ମାସରେ ସର୍ବାଧିକ ନିବେଶ ଥିଲା । ସେହିଭଳି ଏପ୍ରିଲରେ ୧୧,୬୩୧ କୋଟି ଟଙ୍କା ଏବଂ ମାର୍ଚ୍ଚରେ ୭,୯୩୬ କୋଟି ଟଙ୍କା ନିବେଶ ହୋଇଥିଲା ।

ଏହା ପୁର୍ବରୁ ଜାନୁଆରୀ-ଫେବୃଆରୀ ମାସରେ ଏଫପିଆଇ ପୁଞ୍ଜି ବଜାରରୁ ପ୍ରାୟ ୩୪,୦୦୦ କୋଟିରୁ ଅଧିକ ଟଙ୍କା ଉଠାଇ ନେଇଥିଲେ । ତେବେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଆର୍ଥିକ ବିଶେଷଜ୍ଞମାନେ କହିଛନ୍ତି ଯେ, ଏଫ୍‌ପିଆଇର ଏହି ନିବେଶ ଧାରା ସମ୍ପୁର୍ଣ୍ଣ ଜୁନ୍ ମାସରେ ଜାରି ରହିବ । ଦେଶରେ ନିରନ୍ତର ଚାଲୁଥିବା ଅର୍ଥନୈତିକ ସଂସ୍କାର, ସକରାତ୍ମକ କମ୍ପାନୀ ମାନଙ୍କର ସରକାତ୍ମକ ଆୟ ଏବଂ ଅନୁକୂଳ ନୀତି ପରିବେଶ ଯୋଗୁଁ, ଏଫ୍‌ପିଆଇ ପ୍ରବାହ ଭାରତୀୟ ବଜାରରେ ଆଗକୁ ମଧ୍ୟ ଜାରି ରହିବ ।

ଅନ୍ୟପଟେ ମର୍ନିଙ୍ଗଷ୍ଟାର ଇଣ୍ଡିଆର ଆସୋସିଏଟ୍ ଡାଇରେକ୍ଟର-ମ୍ୟାନେଜର ରିସର୍ଚ୍ଚ ହିମାନସୁ ଶ୍ରୀବାସ୍ତବ କହିଛନ୍ତି, “ଭାରତୀୟ ବଜାର କ୍ରମାଗତ ଭାବେ ଉପରକୁ ଉଠୁଛି, ଯେଉଁ କାରଣରୁ ଏହାର ମୂଲ୍ୟାଙ୍କନ ଚିନ୍ତାର କାରଣ ହୋଇପାରେ । ଏହା ବ୍ୟତୀତ ସେବିର କଠୋର ନିୟମ ଯୋଗୁଁ ଭାରତୀୟ ବଜାରରେ ବିଦେଶୀ ପୁଞ୍ଜି ପ୍ରବାହ ମଧ୍ୟ ପ୍ରଭାବିତ ହୋଇପାରେ ।

Get real time updates directly on you device, subscribe now.