fbpx

‘ମନ୍ କି ବାତ୍‌’ରେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ଦେଶକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ସାରା ସଂସାରରେ ରଥଯାତ୍ରାର ଏକ ବିଶିଷ୍ଟ ପରିଚୟ ରହିଛି । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବହୁତ ଯାକଜକମରେ ରଥଯାତ୍ରା ଆୟୋଜିତ ହୁଏ ।

ତେବେ ଓଡ଼ିଶାର ପୁରୀରେ ଆୟୋଜିତ ରଥଯାତ୍ରା ସ୍ୱୟଂ ଏକ ଅଦ୍ଭୁତ ମହୋତ୍ସବ। ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ ମୋତେ ଅହମ୍ମଦାବାଦରେ ହେଉଥିବା ବିଶାଳ ରଥଯାତ୍ରାରେ ଯୋଗଦେବାର ସୁଯୋଗ ମିଳୁଥିଲା। ଏହି ରଥଯାତ୍ରାଗୁଡ଼ିକରେ ଦେଶର ପ୍ରତ୍ୟେକ ବର୍ଗର ଲୋକ, ପ୍ରତ୍ୟେକ ସମାଜର ଲୋକମାନେ ଯେଭଳି ଉତ୍ସାହର ସହିତ ଭାଗ ନିଅନ୍ତି ତାହା ସ୍ୱତଃ ଅନୁକରଣୀୟ। ଆମର ଆସ୍ଥା ସହିତ ଏହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମଧ୍ୟ ଏକ ପ୍ରତିବିମ୍ବ। ଏହି ପବିତ୍ର, ପୁଣ୍ୟ ଅବସରରେ ଆପଣମାନଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା ଜଣାଉଛି । ଭଗବାନ ଜଗନ୍ନାଥ ସମସ୍ତ ଦେଶବାସୀମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁଖସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ । ଏହାହିଁ ମୋର କାମନା ।

Get real time updates directly on you device, subscribe now.