fbpx

ରାପର ହନି ସିଂହଙ୍କୁ ହତ୍ୟା ପାଇଁ ମିଳିଲା ଧମକ: ପୋଲିସକୁ ସୁରକ୍ଷା ମାଗିଲେ ଷ୍ଟାର ସିଙ୍ଗର

ମୁମ୍ବାଇ: ବଲିଉଡ ଜଗତର ଫେମସ ସିଙ୍ଗର ତଥା ରାପର ହନି ସିଂହ ଏବେ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ । ଜୀବନରୁ ମାରିଦେବା ପାଇଁ କଣ୍ଠଶିଳ୍ପୀଙ୍କୁ ମିଳୁଛି ଧମକ । କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବରାଡ ହନି ସିଂହଙ୍କୁ ହତ୍ୟା କରିବା ପାଇଁ ଏକ ଭଏସ ନୋଟ ଜରିଆରେ ଧମକ ଦେଇଥିବା ଜାଣିବାକୁ ମିଳିଛି । ଏହାପରେ ସିଙ୍ଗରଙ୍କ ଅଫିସ ତରଫରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଅଭିଯୋଗ କରିବା ସହ ହନି ପୋଲିସ ହେଡକ୍ୱାର୍ଟରରେ ପହଞ୍ଚିଛନ୍ତି । ତେବେ ପୋଲିସ ବର୍ତ୍ତମାନ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି ।

ଗୋଲ୍ଡୀ ପଠାଇଥିବା ଭଏସ ନୋଟରେ କେଉଁ ପ୍ରକାର ଧମକ ରହିଛି ସେ ନେଇ ହନି ସିଂହ ସ୍ପଷ୍ଟ କରିନାହାନ୍ତି । ତେବେ ସମୟ ଆସିଲେ ଏସବୁର ଉତ୍ତର ରଖିବେ ବୋଲି କହିଛନ୍ତି ହନି । ସେ କହିଛନ୍ତି ଯେ, ଗୋଲ୍ଡୀ ବରାଡ ନାମକ ଜଣେ ବ୍ୟକ୍ତି ମୋତେ ଏବଂ ମୋ ଷ୍ଟାଫଙ୍କୁ କଲ୍ କରିଥିଲେ । ତେବେ ଏହାପରେ ମୁଁ ପୋଲିସ କମିଶନରଙ୍କୁ ଭେଟିବା ସହ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଛି । ତେବେ ହନି ଏହି ଘଟଣା ପରେ ଖୁବ ଡରି ଯାଇଥିବା ପ୍ରକାଶ କରିଛନ୍ତି । ତେବେ ଏଭଳି ଘଟଣା ହନିଙ୍କ ସହ ପ୍ରଥମ ଥର ହୋଇଥିବା କହିଛନ୍ତି ଲୋକପ୍ରିୟ ସିଙ୍ଗର । ତେଣୁ ପୋଲିସ ନିକଟରୁ କେବଳ ସୁରକ୍ଷା ପାଇଁ ନିବେଦନ କରିଥିବା ହନି ସିଂହ ସୂଚନା ଦେଇଛନ୍ତି ।

Yo Yo Honey Singh's wife alleges physical, emotional abuse, approaches  court | Delhi News

ସୂଚନା ଥାଉ କି, ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋଲ୍ଡୀ ବରାଡ । ବର୍ତ୍ତମାନ ସେ ଫେରାର ରହିଥିବା ବେଳେ ପୋଲିସ ତାକୁ ଖୋଜିବାରେ ଲାଗିଛି । ତେବେ ହନିଙ୍କ ଅଭିଯୋଗ ଅନୁସାରେ, ଗୋଲ୍ଡୀର ଶେଷ ଲୋକେସନ କାନାଡାରେ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.