fbpx

(Video) ସର୍ବାଧିକ ଦେଶବାସୀଙ୍କ ସହ ଯୋଗ କଲେ ପି.ଏମ ମୋଦୀ: ଗିନିଜ ବୁକ ରେକର୍ଡରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ନ୍ୟୁୟର୍କ ଜାତିସଂଘର ମୁଖ୍ୟାଳୟଠାରେ ମୋଦୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦେଶର ଲୋକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ତେବେ ଏହି ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶ୍ୱ ରେକର୍ଡର ଅଧିକାରୀ ପାଲଟିଛନ୍ତି ।

ଗିନିଜ ବିଶ୍ୱ ରେକର୍ଡର ଅଧିକାରୀ ନିର୍ଣ୍ଣାୟକ ଏବଂ ପ୍ରବକ୍ତା ମାଇକେଲ ଏମ୍ପ୍ରିକ କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଯୋଗ ଅବସରରେ ସର୍ବାଧିକ ଦେଶବାସୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ବର୍ତ୍ତମାନ ଏକ ବିଶ୍ୱ ରେକର୍ଡ ଭାବରେ ସ୍ଥାନ ପାଇଛି । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ଆୟୋଜିତ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଲୋକମାନେ ଜାତିସଂଘର ମୁଖ୍ୟାଳୟରେ ପହଞ୍ଚିଥିଲେ । ଯୋଗ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ଆଜି ଏଠାରେ ପ୍ରାୟ ସମସ୍ତ ଦେଶର ବାସିନ୍ଦା ଉପସ୍ଥିତ ରହିଛନ୍ତି । ଆପଣମାନଙ୍କୁ ଏଠାରେ ଦେଖି ମୁଁ ଅତ୍ୟନ୍ତ ଖୁସି ଏବଂ ଏଥିପାଇଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ପ୍ରାୟ ୯ ବର୍ଷ ପୂର୍ବେ ଏଠାରେ ଜାତିସଂଘରୁ ମୋତେ ଜୁନ୍ ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପ୍ରସ୍ତାବ ପାଇଁ ସୁଯୋଗ ମିଳିଥିଲା ।

ତେବେ ଏହି ଐତିହାସିକ କାର୍ଯ୍ୟକ୍ରମ ଅବସରରେ ମୋଦୀ କହିଛନ୍ତି ଯେ, ଯୋଗ ଭାରତରୁ ଆସିଛି ଏବଂ ସବୁକିଛି ପ୍ରାଚୀନ ଭାରତୀୟ ପରମ୍ପରା ଭଳି ଜୀବନ୍ତ । ଯୋଗ କପିରାଇଟ, ପେଟେଣ୍ଟ ଏବଂ ରୋୟଲଟି ଇତ୍ୟାଦିରୁ ମୁକ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଯୋଗ ହେଉଛି ଜୀବନର ଏକ ପ୍ରକ୍ରିୟା, ଏହା ବିଚାର ଏବଂ କାର୍ଯ୍ୟରେ ସାବଧାନ କରାଇବାର ଏକ ଉପାୟ । ନିଜେ ଏକାକୀ କିମ୍ବା ଅନ୍ୟମାନଙ୍କ ସହ ମିଶି ଏହି ଯୋଗ କରାଯାଇପାରେ । ଯୋଗର ଅର୍ଥ ହେଉଛି ଯୋଡିବା, ତେଣୁ ଏଠାରେ ସମସ୍ତେ ଏକାଠି ହୋଇଛନ୍ତି । ଏହାକୁ ଯୋଗର ଦ୍ୱିତୀୟ ରୂପ ବୋଲି କହିଛନ୍ତି ପ୍ରଅଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.