fbpx

ବଦଳିଲା ପାଗ : ରାଜଧାନୀରେ ପ୍ରବଳ ବର୍ଷା ୧୧ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର : ଭିଷଣ ଖରା ପରେ ଆଜି ବଦଳିଛି ପାଗ । ରାଜଧାନୀରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ ହେଉଛି । ବର୍ଷା ଯୋଗୁଁ ୩ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ଆଲର୍ଟ ଜାରି କରି ଦିଆଯାଇଛି । ପୂର୍ବାନୁମାନରୁ କୁହାଯାଇଥିଲା ଆଜି ଓଡ଼ିଶା ଛୁଇଁବ ମୌସୁମୀ, ଏଥିପାଇଁ ଆଜି ପାଗ ଅନୁକୂଳ ରହିଛି । ରାଜ୍ୟର ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଛି ।

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ମୌସୁମୀ ବର୍ଷା । ବର୍ଷାର ପରିମାଣ,ପବନର ଦିଗ ଓ ତାପମାତ୍ରାରେ ହ୍ରାସ ମୌସୁମୀର ଓଡ଼ିଶା ପ୍ରବେଶର ସମ୍ଭାବନା ବୃଦ୍ଧି କରାଇଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମୌସୁମୀ ବର୍ଷା ସାଙ୍ଗକୁ ପାଗ ମେଘୁଆ ରହିଛି । ଆଜି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ । ଗତ ୩୬ ଘଣ୍ଟା ହେବ ଏହି ସବୁ ଅଞ୍ଚଳରେ ଲାଗି ରହିଛି ବର୍ଷା ।

ଆଜିଠାରୁ ବର୍ଷାର ବିସ୍ତୃତି ବଢିବା ସହ ପରିମାଣ ମଧ୍ୟ ବଢିବ । ଆଗାମୀ ଦିନ ଠାରୁ ବର୍ଷାର ପରିମାଣ ବଢିବ । ଅଧିକାଂଶ ଅଞ୍ଚଳରେ ପ୍ରଚୁର ପରିମାଣରେ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

Get real time updates directly on you device, subscribe now.