fbpx

ଜୁଲାଇ ୨୪ରେ ହେବ +୩ ପରୀକ୍ଷା

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): +୩ ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ଜୁଲାଇ ୨୪ତାରିଖରେ ହେବ ।  ଅଗଷ୍ଟ ୨୦ ତାରିଖରେ ପିଜି ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ହେବ । ପିଜି କମନଆଡ଼ମିଶନ ଟେଷ୍ଟ ସେପ୍ଟମ୍ବରରୁ ଅକ୍ଟୋବର ମଧ୍ୟରେ ହେବ ବୋଲି ମଧ୍ୟ ଜଣାପଡ଼ିଛି ।  ଆସନ୍ତା ନଭେମ୍ବରରୁ ସମସ୍ତ ବିଭାଗର ପିଜି କ୍ଲାସ ଆରମ୍ଭ ହେବ ।  ଏନେଇ ଭିସିଙ୍କ ସହ ଆଲୋଚନା କରିବା ପରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।  ଆସନ୍ତାକାଲିଠାରୁ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ ହେବ ।  ଏହାସହ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ କରାଯାଇଛି ।

 

Get real time updates directly on you device, subscribe now.