fbpx

ଦିନିକିଆ ବିଶ୍ୱକପର ଘୋଷଣା:ଏହିଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଶେଷ ହୋଇଛି ଅପେକ୍ଷା । ଆଇସିସି ତରଫରୁ ଦିନିକିଆ ବିଶ୍ୱକପ ପାଇଁ ସୂଚୀ ଘୋଷଣା ହୋଇ ସାରିଛି । କ୍ରିକେଟର ଏହି ମହାକୁମ୍ଭକୁ ଆଉ ୧୦୦ ଦିନ ବାକି ଥିବା ବେଳେ ଆଇସିସି ଏଥିପାଇଁ ଟାଇମ ଟେବୁଲ ଘୋଷଣା କରିଛି । ଅକ୍ଟୋବର ୫ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗତ ବିଶ୍ୱକପର ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ଦୁନିଆର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ଏକ ହାଇଭୋଲ୍ଟେଜ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତ ଏବଂ ପାକିସ୍ତାନ ।

ବିଶ୍ୱକପ ସୂଚୀ ପ୍ରକାଶ ପାଇବା ପରେ ଭାରତ ପାଇଁ ଆଉ ଏକ ଖୁସିଖବର ମଧ୍ୟ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟର ଦୁଇ ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ତଥା ବିଶ୍ୱକପର ଦୁଇ ସେମି ଫାଇନାଲ ମ୍ୟାଚ ମୁମ୍ବାଇ ଏବଂ କୋଲକାତାରେ ଖେଳାଯିବାର ସୂଚୀ ରହିଛି । ଏହି ଦୁଇ ଷ୍ଟାଡିୟମରେ ଭାରତର ରେକର୍ଡ ଖୁବ ସୁନ୍ଦର ରହିଛି । ୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଶେଷ ଥର ପାଇଁ ଦିନିକିଆ ବିଶ୍ୱକପ ଟ୍ରଫି ହାତେଇଥିଲା ଭାରତୀୟ କ୍ରିକେଟ ଟିମ୍ । ତେଣୁ ୧୦ ବର୍ଷ ପରେ ଏହା ପୁଣିଥରେ ହୋମ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବେଳେ ଚଳିତବର୍ଷ ପୁଣିଥରେ ଭାରତ ବିଶ୍ୱ ଚମ୍ପିଆନ ହେବାର ଆଶା ରକିଛନ୍ତି କ୍ରିକେଟ ପ୍ରେମୀ ।

ବିଶ୍ୱକପ-୨୦୨୩ରେ ଭାରତର ମ୍ୟାଚ:
ଅକ୍ଟୋବର ୮, ୨୦୨୩- ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)
ଅକ୍ଟୋବର ୧୧, ୨୦୨୩- ଭାରତ ବନାମ ଆଫଗାନିସ୍ତାନ(ଦିଲ୍ଲୀ)
ଅକ୍ଟୋବର ୧୫, ୨୦୨୩- ଭାରତ ବନାମ ପାକିସ୍ତାନ(ଅହମ୍ମଦାବାଦ)
ଅକ୍ଟୋବର ୧୯, ୨୦୨୩- ଭାରତ ବନାମ ବାଂଲାଦେଶ(ପୁଣେ)
ଅକ୍ଟୋବର ୨୨, ୨୦୨୩- ଭାରତ ବନାମ ନ୍ୟୁଜିଲାଣ୍ଡ(ଧର୍ମଶାଳା)
ଅକ୍ଟୋବର ୨୯, ୨୦୨୩- ଭାରତ ବନାମ ଇଂଲଣ୍ଡ(ଲକ୍ଷେ୍ନø)
ନଭେମ୍ବର ୨, ୨୦୨୩- ଭାରତ ବନାମ କ୍ୱାଲିଫାୟାର ୨(ମୁମ୍ବାଇ)
ନଭେମ୍ବର ୫, ୨୦୨୩- ଭାରତ ବନାମ ଦକ୍ଷିଣ ଆଫ୍ରିକା(କୋଲକାତା)
ନଭେମ୍ବର ୧୧, ୨୦୨୩- ଭାରତ ବନାମ କ୍ୱାଲିପାୟାର ୧(ବେଙ୍ଗଲୁରୁ)

Get real time updates directly on you device, subscribe now.