fbpx

କ୍ରିସ୍ ଗେଲ୍ ଙ୍କ ଭବିଷ୍ୟବାଣୀ, ବିଶ୍ୱ କପ୍ ସେମିଫାଇନାଲକୁ ଯିବେ ଏହି ୪ ଟିମ୍

ନୂଆଦିଲ୍ଲୀ: ୱାର୍ଲ୍ଡ କପ୍ ୨୦୨୩ ର ସେଡ୍ୟୁଲ ଜାରି ହେବା ପରେ କ୍ରିକେଟ୍ ସମୀକ୍ଷକମାନେ ବିଶ୍ଳେଷଣ କରି ଅଲଗା ଅଲଗା ପ୍ରସଙ୍ଗରେ ନିଜର ଭବିଷ୍ୟବାଣୀ କରିଛନ୍ତି । ଏହି କ୍ରମରେ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର କ୍ରିସ୍ ଗେଲ୍ ସେହି ୪ ଟିମ୍ ଙ୍କ ନାମ କହିଛନ୍ତି ଯେଉଁମାନେ ଚଳିତ ବର୍ଷ ୱାର୍ଲ୍ଡ କପ୍ ୨୦୨୩ ସେମିଫାଇନାଲରେ ପହଞ୍ଚିବେ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଚଳିତ ଥର ଭାରତ ପୂର୍ଣ୍ଣ ରୂପରେ ବିଶ୍ୱକପ୍ ର ଆୟୋଜନ କରୁଛି ।

ଆଇସିସିର ଏହି ମେଗା ଇଭେଣ୍ଟର ଉଦଘାଟନ ୫ ଅକ୍ଟୋବରରୁ ହେବ । ଅନ୍ୟ ପକ୍ଷରେ ଫାଇନାଲ୍ ମୁକାବିଲା ୧୯ ନଭେମ୍ବରରେ ଖେଳା ଯିବ । କ୍ରିସ୍ ଗେଲ୍ ଭବିଷ୍ୟବାଣୀ କରି କହିଛନ୍ତି ବିଶ୍ୱ କପ୍ ୨୦୨୩ ସେମିଫାଇନାଲ୍ ରେ ଆୟୋଜକ ଭାରତ ସହିତ ପାକିସ୍ତାନ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଟିମ୍ ପହଞ୍ଚିବ । ତେବେ ୫ ଥର ବିଶ୍ୱକପ୍ ଚାମ୍ପିଆନ୍ ରହିଥିବା ଅଷ୍ଟ୍ରେଲିଆ ଏଥର ସେମିଫାଇନାଲ୍ ରେ ପହଞ୍ଚିବ ନାହିଁ ବୋଲି ଗେଲ୍ ଭବିଷ୍ୟବାଣୀ କରିଛନ୍ତି । ଭାରତୀୟ ଟିମ୍ ଶେଷ ଆଇସିସି ଚାମ୍ପିଅନ୍ ଟ୍ରଫି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ୨୦୧୩ରେ ଜିତିଥିଲା । କିନ୍ତୁ ଗତ ଏକ ଦଶକ ଧରି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ଝୋଲି ଖାଲି ରହିଛି ।

ଗେଲ୍ କହିଛନ୍ତି କେବଳ ଭାରତ ନୁହେଁ ୱେଷ୍ଟଇଣ୍ଡିଜ ବି ୨୦୧୬ ପରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ନିରାଶ ହୋଇଛି । ଏବେ ଭାରତ ନିଜ ମାଟିରେ ଖେଳିବାକୁ ଯାଉଥିବା ବେଳେ ତା ପାଖରେ ଭଲ ଖେଳାଳୀ ବି ଅଛନ୍ତି । କିନ୍ତୁ ଭାରତୀୟ ଟିମ୍ ପାଖରେ ଟୁର୍ଣ୍ଣାମେଣ୍ଟ ଜିତିବା ଲାଗି ବହୁତ ଚାପ ବି ରହିବ କାରଣ ସମସ୍ତ କ୍ରିକେଟପ୍ରେମୀ ଚାହିଁବେ ଯେ ନିଜ ମାଟିରେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଜିତୁ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବିଶ୍ୱ କପ୍୍ ୨୦୨୩ରେ ମୋଟ ୧୦ ଗୋଟି ଟିମ୍ ଭାଗ ନେଉଛନ୍ତି । ଏଥିମଧ୍ୟରୁ ୮ଟି ଟିମ୍ ସିଧା କ୍ଲାଲିଫାଏ କରିସାରିଥିବା ବେଳେ ଅନ୍ୟ ୨ ଟିମ୍ ବିଶ୍ୱ କପ୍ କ୍ଲାଲିଫାୟର ମୁକାବିଲା କରି ଏଠାରେ ପହଞ୍ଚିବେ ।

Get real time updates directly on you device, subscribe now.