fbpx

ଜଳଖିଆରେ କଦଳୀ ଖାଇବା ଉଚିତ : ଆସନ୍ତୁ ଜାଣିବା କିପରି କରିବେ ସେବନ…

ଭୁବନେଶ୍ୱର : ସାଧାରଣତଃ ଫଳ ମଧ୍ୟରୁ ଲୋକେ କଦଳୀକୁ ଖାଇବାକୁ ଅଧିକ ପସନ୍ଦ କରନ୍ତି । କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ପୃଷ୍ଟିକର ଏବଂ ଉପକାରୀ ଅଟେ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାକୁ ଖାଇବାର ସଠିକ ସମୟ ରହିଛି ଯାହା ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ । କିଛି ଲୋକ ଏହାକୁ ସକାଳ ଜଳଖିଆ ସମୟରେ ଖାଆନ୍ତି ତ ଆଉ କେତେ ଜଣ ସନ୍ଧ୍ୟା ସମୟରେ ଖାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ମତାନୁସାରେ ଜାଣି ନିଅନ୍ତୁ କଣ ରହିଛି କଦଳୀ ସେବନ କରିବାର ସଠିକ ଉପାୟ ……..

-ଜଳଖିଆରେ କଦଳୀ ସେବନ କରିପାରିବେ । କିନ୍ତୁ କେବଳ କଦଳୀ ସେବନ କରନ୍ତୁ ନାହିଁ। ଜଳଖିଆରେ ଅନ୍ୟ ଖାଦ୍ୟ ଖାଇବା ସମୟରେ କିମ୍ବା ଜଳଖିଆ ଖାଇବା ପରେ କଦଳୀ ସେବନ କରନ୍ତୁ ।
-ଜଳଖିଆରେ କେବଳ କଦଳୀ ଖାଇବା ଉଚିତ୍‌‌ ନୁହେଁ । କଦଳୀରେ କାର୍ବୋହାଇଡ୍ରେଟ ଓ ପ୍ରାକୃତିକ ଭାବେ ଶର୍କରା ଭରପୁର ମାତ୍ରାରେ ରହିଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇବ ।
-ଜଳଖିଆ ସମୟରେ କଦଳୀକୁ ବିଭିନ୍ନ ଉପାୟରେ ମଧ୍ୟ ସେବନ କରି ପାରିବେ ଏବଂ କ୍ଷୀର ଓ କଦଳୀକୁ ଜୁସ କରି ପିଇ ପାରିବେ ।
-ଫାଇବର, ଭିଟାମିନ୍ସ, ମିନେରାଲ୍ସର ଉତ୍ତମ ସ୍ରୋତ କଦଳୀ ଅଟେ । ମାତ୍ର ଏହାକୁ ଖାଲିପେଟରେ ଆଦୌ ସେବନ କରିବା ଉଚିତ ନୁହେଁ ।
-ଏଥିରେ ପୋଟାସିୟମ, ଫାଇବର ଓ ଭିଟାମିନ ବି-୬, ଭିଟାମିନ ସି ଭଳି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଜଳଖିଆ ଖାଇବା ସମୟରେ କଦଳୀ ସେବନ କରିବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ ଏବଂ ଥକ୍କାପଣ ଦୂର ହୋଇଥାଏ।
-କୌଣସି କାର୍ଯ୍ୟ କରିବା ସମୟରେ ମଧ୍ୟ ହାଲିଆ ଅନୁଭବ ହୋଇନଥାଏ। ଜଳଖିଆରେ ଏହାର ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପ୍ରୋଟିନ୍‌‌ ମିଳିବା ସହ ଭୋକ, ରକ୍ତରେ ଶର୍କରା ସ୍ତର ମଧ୍ୟ ସଠିକ୍‌‌     ରହିଥାଏ।

Get real time updates directly on you device, subscribe now.