ନୂଆଦିଲ୍ଲୀ: ଆପଲ ପ୍ରଡକ୍ଟର ଲୋକପ୍ରିୟତା ବିଷୟରେ ସମସ୍ତଙ୍କୁ ଜଣା । ଏବେ ଆପଲ ଏୟାରପଡ୍ ରେ ନୂଆ ଫିଚର ସାମିଲ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଏୟାରପଡର ପରବର୍ତ୍ତୀ ସଂସ୍କରଣରେ ଆପଣ ଶରୀର ତାପମାତ୍ରା ଓ ଶୁଣିବାର କ୍ଷମତା ମାପି ପାରିବେ ।
ମିଳିଥିବା ରିପୋର୍ଟ ଅନୁସାରେ କିଛି ଏୟାରପଡରେ ଏବେ ନୂଆ ଫିଚର ସବୁ ରହିବ ଯାହା ସାହାଯ୍ୟରେ ୟୁଜର ନିଜର ସ୍ୱାସ୍ଥ୍ୟ ବିଷୟରେ ବିଭିନ୍ନ ତଥ୍ୟ ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ iOS 17 ର ସପୋର୍ଟ ମିଳିବ । ଏହା ସହିତ କାନର କେନାଲ ସାହାଯ୍ୟରେ ଶରୀରର ତାପମାତ୍ରା ମାପି ପାରିବେ ।
ବ୍ଲୁମବର୍ଗର ମାର୍କ ଗୁରମାନ କହିଛନ୍ତି ଆପଲର ନୂଆ ହେଡଫୋନ୍ ରେ Type USB-C ପୋର୍ଟର ବ୍ୟବହାର କରାଯାଇପାରିବ । ଏହା ସହିତ କମ୍ପାନୀ ନ୍ୟୁ ଏୟାରପଡ୍ ପ୍ରୋ ଓ ଏୟାର ପଡ୍ ମାକ୍ସ ମଡେଲ୍ ଲଞ୍ଚ କରିବାକୁ ଯୋଜନା କରୁଛି ।
ଏୟାରପଡ୍ ରେ ପୂର୍ବରୁ ଅଡିଓଗ୍ରାମ ସପୋର୍ଟ ରହିଛି । ଏହି ଅଡିଓଗ୍ରାମ ମାଧ୍ୟମରେ ଏୟାରପଡସ୍ ତଥ୍ୟ ସଂଗ୍ରହ କରିଥାଏ କି ଆପଣଙ୍କ ଶ୍ରବଣ କ୍ଷମତା ଦୂର୍ବଳ ହେବ କି ନା । ଏହାପରେ ଏହା ଅଟୋମେଟିକ୍ ଅଟୋଟ୍ୟୁନ୍ କରିଥାଏ ।