fbpx

ଓ.ଜେ.ଇ.ଇ. କାଉନ୍‍ସେଲିଂ ଆଜିଠାରୁ ଆରମ୍ଭ: ଜାଣନ୍ତୁ କେବେ ସରିବ ନାମଲେଖା ପ୍ରକ୍ରିୟା ?

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ.ଜେ.ଇ.ଇ.ର ଆଜିଠାରୁ କାଉନ୍‍ସେଲିଂ ଆରମ୍ଭ ହୋଇଛି । ବି.ଟେକ୍‍., ବି.କ୍ୟାଟ୍‍, ଇଣ୍ଟିଗ୍ରେଟେଡ୍‍ ଏମ୍‍.ସି.ଏ. ପାଠ୍ୟକ୍ରମରେ ପଞ୍ଜୀକରଣ ଓ ଚୟନ ଲକିଂ ନିମନ୍ତେ ଆସନ୍ତା ୧୫ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି । ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ୍‍ କରାଯିବ । ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‍ ବଣ୍ଟନ କରାଯିବ । ୩୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‍ ଆବଣ୍ଟନ କରାଯାଇ ଛାତ୍ରଛାତ୍ରୀଙ୍କୁ ନାମଲେଖାପାଇଁ ଅନୁମତି ଦିଆଯିବ ।

ଓଜେଇଇ ଓ୍ବେବସାଇଟରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବିଟେକ, ବିଆର୍କ, ବିପ୍ଲାନ୍, ବିକ୍ୟାଟ, ଇଣ୍ଟିଗ୍ରେଟେଡ ଏମସିଏ ପଢିବାକୁ ଆଗ୍ରହ ଛାତ୍ରଛାତ୍ରୀମାନେ କରିବେ ଆବେଦନ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚଏସ ଫିଲିଂ କରି ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ । ୧୪ ତାରିଖରେ ଚଏସ ଲକିଂ କରିବେ । ୧୫ ତାରିଖ ସୁଦ୍ଧା ଶେଷ ହେବ ପଞ୍ଜିକରଣ ପ୍ରକ୍ରିୟା । ୧୯ ତାରିଖରେ ପ୍ରକାଶ ପାଇବ ପ୍ରଥମ ସିଟ୍ ଆଲର୍ଟମେଣ୍ଟ ତାଲିକା । ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବ ଡକ୍ୟୁମେଣ୍ଟ ଭେରିଫିକେସନ ।

Get real time updates directly on you device, subscribe now.