fbpx
BJD SKY
BJD SKY

ଘରେ ସାଇତି ରଖନ୍ତୁନି ଏହିସବୁ ଅବ୍ୟବହୃତ ପୁରୁଣା ଜିନିଷ, ବାସ୍ତୁ ଦୋଷ ଲାଗି ହୋଇଯିବେ କାଙ୍ଗାଳ

BJD

ଆମ ମଧ୍ୟରେ ଏପରି ସ୍ୱଭାବର ବହୁ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଘରେ ବହୁ ବର୍ଷ ତଳର ପୁରୁଣା ଅଦରକାରୀ ଜିନିଷକୁ ସାଇତି କରି ରଖିଥାନ୍ତି । ଏହିସବୁ ଜିନିଷ ସେମାନଙ୍କର କିଛି କାମରେ ନ ଆସୁଥଇଲେ ବି ସେମାନେ ତାହା ନିଜ ପାଖରୁ ଦୂରେଇ ଦେବାକୁ ଚାହାନ୍ତି ନାହିଁ । ଏହିସବୁ ପୁରୁଣା ଜିନିଷକୁ ସେମାନେ ଷ୍ଟୋର ଘରେ ସାଇତି କରି ରଖିଥାନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ବହୁ ଦିନ ଧରି ଘରେ ଅବ୍ୟବହୃତ ପୁରୁଣା ଜିନିଷ ସାଇତି ରଖିବା ଦ୍ୱାରା ସେଥିରେ ରାହୁ, କେତୁ ଓ ଶନି ବାସ କରିବାରେ ଲାଗନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ ଯାହା ବ୍ୟବହାର ନ ହେଉଥିଲେ ଘରୁ କାଢିଦେବା ଉଚିତ ।
ପିତଳ ବାସନ:
ଲୋକମାନେ ପ୍ରାୟ ସମୟରେ ପିତ୍ତଳ ବାସନ କିଚେନରେ କିମ୍ବା ଷ୍ଟୋର ରୁମ୍ ରେ ସାଇତି ରଖିଥାନ୍ତି । ଏହିସବୁ ବାସନକୁ ଅନ୍ଧାର ଘରେ ସାଇତି ରଖିବା ଦ୍ୱାରା ଏଥିରେ ଶନି ବାସ କରିଥାନ୍ତି । ଫଳରେ ଜୀବନରେ ନାନାଦି ସମସ୍ୟା ଆସିଥାଏ ।
ପୁରୁଣା ବସ୍ତ୍ର:
ଆମ ମଧ୍ୟରୁ ଅଧିକାଂଶ ଲୋକ ଷ୍ଟୋର ଘରେ ପୁରୁଣା ବସ୍ତ୍ର, ବିଛଣାପତ୍ର ଇତ୍ୟାଦି ଦୀର୍ଘଦିନ ଧରି ପକାଇ ରଖିଥାଉ ଯେଉଁଥିରେ ଧୂଳି ବସିଯାଏ । ଏପରି କରିବା ଦ୍ୱାରା ଘରେ ରାହୁ ଓ କେତୁଙ୍କ ପ୍ରଭାବରୁ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।
ଜଙ୍କ ଲାଗିଥିବା ଜିନିଷ:
ଆମେ ଯଦି ଦୀର୍ଘ ଦିନ ଧରି କୌଣସି ଲୁହା ଜିନିଷକୁ ବ୍ୟବହାର ନକରି ଘରେ ପକାଇ ରଖିବା ତେବେ ସେଥିରେ ଜଙ୍କ ଲାଗି ଯାଇଥାଏ । ଏହିସବୁ ଜଙ୍କ ଲଗା ଜିନିଷ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।
ଚାଲୁ ନ ଥିବା ଘଣ୍ଟା:
ଘର କାନ୍ଥରେ ଟଙ୍ଗାଯାଇଥିବା ଘଣ୍ଟା ଖରାପ ହୋଇଯିବା ପରେ ବନ୍ଦ ହୋଇଯାଏ । ବାସ୍ତୁ ଅନୁସାରେ କୌଣସି ବି ଦିଗରେ ଟଙ୍ଗା ଯାଇଥିବା ଏହି ବନ୍ଦ ଘଡି ବ୍ୟକ୍ତି ଲାଗି ଖରାପ ସମୟ ଆଣିପାରେ । ଏଣୁ ଏପରି ଘଣ୍ଟାକୁ ଆପଣ ଘରୁ ତୁରନ୍ତ କାଢି ଦିଅନ୍ତୁ ।

Get real time updates directly on you device, subscribe now.