ଖାର୍ତୁମ୍ : ସୁଦାନ ସେନା ଏବଂ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଗୋଟିଏ ସପ୍ତାହ ହେଲାଣି ସଂଘର୍ଷ ଚାଲିଆସୁଛି। ଏହି ସଂଘର୍ଷ ମଧ୍ୟରେ ସୁଦାନର ଓମଡୁରମାନ ସହରରେ ଏକ ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କର ମୃତ୍ୟୁ ଘଟିଛିଥିବା ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସପ୍ତାହବ୍ୟାପୀ ସଂଘର୍ଷରେ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଆକ୍ରମଣ ବୋଲି ଜଣାପଡିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏହି ଆକ୍ରମଣ ଶନିବାର ଦିନ ରାଜଧାନୀ ଖାର୍ତୁମର ନିକଟସ୍ଥ ଓମଦୁରମାନର ଏକ ଆବାସିକ ଅଞ୍ଚଳରେ ଘଟିଛି। ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ରାଜଧାନୀ ତଥା ଅନ୍ୟାନ୍ୟ ସହରରେ ସେନା ଏବଂ ରାପିଡ୍ ସପୋର୍ଟ ଫୋର୍ସ (ଆରଏସ୍ଏଫ୍) ମଧ୍ୟରେ ହୋଇଥିବା ଏହି ମର୍ମନ୍ତୁଦ ସଂଘର୍ଷ ମଧ୍ୟରୁ ଏହି ଏୟାର ଷ୍ଟ୍ରାଇକ୍ ଅନ୍ୟତମ। ଗତ ମାସରେ ଖାର୍ତୁମରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପାଞ୍ଚ ପିଲାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଓଏମଡୁରମାନର ଆବାସିକ ଅଞ୍ଚଳରେ ଆକ୍ରମଣ କରୁଥିବା ଆରଏସଏଫ ଅଭିଯୋଗ କରିଛି। ଏହି ଅଞ୍ଚଳରେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ଏହି ଆକ୍ରମଣରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ଆରଏସଏଫ ଏକ ବିବୃତ୍ତିରେ କହିଛି। ଖବର ଅନୁଯାୟୀ ସେନା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ସଂଯୋଗ କାଟିବାକୁ ଚେଷ୍ଟା କରିଥିଲା। ସୁଦାନ ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକକୁ ଆରଏସଏଫ ଦୃଢ ନିନ୍ଦା କରିଛି। ଗୋଷ୍ଠୀ ଏକ ବିବୃତ୍ତିରେ କହିଛି ଯେ, ସୁଦାନ ସଶସ୍ତ୍ର ବାହିନୀ (SAF) ଦ୍ୱାରା ହୋଇଥିବା ଏହି ନିର୍ମମ ଆକ୍ରମଣରେ ୩୧ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ସାଧାରଣ ନାଗରିକ ଆହତ ହୋଇଥିଲେ।