fbpx

ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ

ଭୁବନେଶ୍ୱର: ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ । ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଟକ ବିଧାୟକ ମହମ୍ମଦ ମୋକିମଙ୍କ ସହଯୋଗରେ ଦିଲ୍ଲୀପଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି । ତେବେ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶେଷ କିଛି ଖବର ସାମନାକୁ ଆସିନାହିଁ । ଦିଲ୍ଲୀପ ପଟ୍ଟନାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦାଦା ପୁଅ ଭାଇ । ତେବେ ଆଜି ସେ ହଠାତ୍ ଅସୁସ୍ଥ ହୋଇ ପଡିଥିବା ବେଳେ ବିଧାୟକ ମୋକିମଙ୍କ ସହଯୋଗରେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲକୁ ପଠାଯାଇଛି ।

Get real time updates directly on you device, subscribe now.