fbpx

ମହିଳାଙ୍କ ଅଣ୍ଟାକୁ ଟ୍ରାକ୍ଟର ଟାୟର ସହ ତୁଳନା କଲେ ଇସ୍କନର ସନ୍ୟାସୀ: ଜିମ୍ ଯାଉଥିବା ଝିଅଙ୍କର ଉଡାଇଲେ ମଜାକ

ନୂଆଦିଲ୍ଲୀ: ଇସ୍କନର ସାଧୁ ଅମୋଘ ଲୀଲା ଦାସଙ୍କ ସ୍ୱାମୀ ବିବେକାନନ୍ଦ ଏବଂ ରାମକୃଷ୍ଣ ପରମହଂସ ଉପରେ କହିଥିବା ମନ୍ତବ୍ୟକୁ ନେଇ ବିବାଦ ଏପର‌୍ୟ୍ୟନ୍ତ ଥମି ନଥିବା ବେଳେ ସେ ପୁଣି ମହିଳାଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ସୋଶିଆଲ ମିଡିଆରେ ଏବେ ଚର୍ଚ୍ଚା ଚାଲିଛି। ଏହି ମନ୍ତବ୍ୟରେ ସନ୍ୟାସୀ ଅମୋଘ ଲୀଲା ଦାସ ମହିଳାଙ୍କ ଅଣ୍ଟାର ତୁଳନା ଟ୍ରାକ୍ଟର ଟାୟର ସହ କରିଛନ୍ତି।

ଭାଇରଲ ହେଉଥିବା ଭିଡିଓରେ ସନ୍ୟାସୀ କହିଛନ୍ତି ଯେ, “ ମୁଁ ଲାପଟପ ବାଲି ଝିଅ (ମହିଳାଙ୍କ ଅଣ୍ଟାକୁ ଇସାରା ଦେଇ କହିଛନ୍ତି) ମହିଳାଙ୍କ ଅଣ୍ଟାର ଆକାର ସାଇକେଲର ଟାୟାର, ବସର ଟାୟାର, ଟ୍ରକ୍ଟର ଟାୟାର ଭଳି ହୋଇଛି।

ଏହି ସବୁ କହିଥିବା ୪୫ ସେକେଣ୍ଡର ଭିଡିଓ ବର୍ତ୍ତମାନ ସୋଶିଆଲ ମିଡିଆରେ ଭାଇରଲ ହେଉଛି । ଶରୀରର ଲଜ୍ଜାକୁ ନେଇ ସୋଶିଆଲ ମିଡିଆରେ ଲୋକେ ସନ୍ୟାସୀଙ୍କର ବହୁତ ଚର୍ଚ୍ଚା କରିଛନ୍ତି । ଏହା ସହିତ ଲୋକେ ଇସ୍କନର ସାଧୁଙ୍କୁ ଭଲ ମନ୍ଦ କରି ବହୁତ କିଛି ଶୁଣାଇଛନ୍ତି ।

Get real time updates directly on you device, subscribe now.