fbpx

‘ସମାଜ’ର ନୂଆ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ମହାପାତ୍ର ଦାୟିତ୍ୱ ନେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୈନିକ ଖବର କାଗଜ ‘ସମାଜ’ର ନୂଆ ସମ୍ପାଦକ ଦାୟିତ୍ୱ ନେଇଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ମହାପାତ୍ର ନୂଆ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୩ ବର୍ଷ ପୂର୍ବେ ଗତ ୨୦୧୦ ମସିହାରେ ଶ୍ରୀ ମହାପାତ୍ର ‘ସମାଜ’ର କାର୍ଯ୍ୟକାରୀ ସମ୍ବାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଦୀର୍ଘବର୍ଷ ପରେ ସେ ଏବେ ସମ୍ପାଦକ ଦାୟିତ୍ୱ ନେଇଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ଶ୍ରୀ ମହାପାତ୍ର ୧୯୭୮ ମସିହାରେ କଟକର ରେଭେନ୍ସ କଲେଜରୁ ଉଦ୍ଭିଦ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ସେ ‘ସମାଜ’ର ସହ-ସମ୍ପାଦକ ଭାବେ ଯୋଗ ଦେଇଥିଲେ । ପରେ ସେ କାର୍ଯ୍ୟକାରୀ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ତାଙ୍କର କାର୍ଯ୍ୟକାଳରେ ‘ସମାଜ’ ଆହୁରି ଉନ୍ନତି କରିବ ବୋଲି ଆଶା କରାଯାଉଛି । ଗଣମାଧ୍ୟମ କ୍ଷେତ୍ରରେ ଶ୍ରୀ ମହାପାତ୍ରଙ୍କର ଅନେକ ବର୍ଷର ଅଭିଜ୍ଞତା ରହିଛି ।

ତେବେ ଶ୍ରୀ ମହାପାତ୍ର ନୂଆ ଦାୟିତ୍ୱ ନେବା ପରେ ତାଙ୍କୁ ସାମ୍ବାଦିକତା ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି । ଲୋକସେବକ ମଣ୍ଡଳ ରାଷ୍ଟୀୟ ଉପସଭାପତି ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ତଥା ସର୍ବଭାରତୀୟ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.