fbpx

AAI ନିଯୁକ୍ତି ବିଜ୍ଞପ୍ତି: ଜୁନିୟର ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ ଓ ଜୁନିୟର କାର୍ଯ୍ୟନିର୍ବାହୀ ପଦ ଖାଲି

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ (ଅଫିସ), ସିନିୟର ଆସିଷ୍ଟାଣ୍ଟ (ଆକାଉଣ୍ଟସ), ଜୁନିୟର କାର୍ଯ୍ୟନିର୍ବାହୀ (କମନ କାଡରେ), ଜୁନିୟର କାର୍ଯ୍ୟନିର୍ବାହୀ (ଫାଇନାନ୍ସ), ଜୁନିୟର କାର୍ଯ୍ୟନିର୍ବାହୀ (ଫାୟାର ସର୍ଭିସ) ଓ ଜୁନିୟର କାର୍ଯ୍ୟନିର୍ବାହୀ (ଆଇନ) ପଦରେ ନିଯୁକ୍ତି ଦିଆଯିବ ।

ଅଗଷ୍ଟ ମାସ ୫ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୪ ତାରିଖରେ ସମାପ୍ତ ହେବ । ପରବର୍ତ୍ତୀ ସମୟରେ ପ୍ରାର୍ଥୀଙ୍କୁ ପରୀକ୍ଷା ତାରିଖ ସୂଚିତ କରାଯିବ । ଜୁନିୟର ଆସିଷ୍ଟାଣ୍ଟ ଓ ସିନିୟର ଆସିଷ୍ଟାଣ୍ଟ ପଦ ପାଇଁ ସର୍ବାଧିକ ବୟସ ୩୦ ବର୍ଷ ରହିଛି । ସେହିପରି ଜୁନିୟର କାର୍ଯ୍ୟନିର୍ବାହୀ ପଦ ପାଇଁ ସର୍ବାଧିକ ବୟସ ସୀମା ୨୭ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଚଳିତ ବର୍ଷ ସେପ୍ଟେମ୍ବର ମାସ ୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ବିଚାରକୁ ନିଆଯିବ ।

ପେମେଣ୍ଟ ଅନଲାଇନ୍ ମୋଡ଼ରେ କରାଯିବ । ସମସ୍ତ ପ୍ରାର୍ଥୀଙ୍କୁ ୧ ହଜାର ଟଙ୍କାର ଆବେଦନ ଫିସ୍ ଭରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ପିଡବ୍ଲ୍ୟୁଡି / ମହିଳା / ଏଏଆଇ ଆପ୍ରେଣ୍ଟିସଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ବିଜ୍ଞାପନକୁ ପଢ଼ିବା ଅନୁରୋଧ ।

ଅନଲାଇନ୍ ଆବେଦନ ଲିଙ୍କ: Avabile on 05.08.2023

ନୋଟିଫିକେସନ ଲିଙ୍କ: https://www.aai.aero/sites/default/files/examdashboard_advertisement/Detailed%20Advertisement%20No.%2003-2023.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.aai.aero/en/careers/recruitment

Get real time updates directly on you device, subscribe now.