fbpx

ଦୁଇ ନୁହେଁ କେବଳ ଗୋଟିଏ ବୋତଲ ମଦ ନେଇଯାଇପାରିବେ, ଦିଲ୍ଲୀ ମେଟ୍ରୋର ନିଷ୍ପତ୍ତିକୁ ବଦଳାଇ ଦେଲା ଅବକାରୀ ବିଭାଗ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଦୁଇ ବୋତଲ ମଦ ନେଇଯିବାକୂ ନେଇ ଲାଗୁ ହୋଇଥିବା ନିଷ୍ପତ୍ତିକୁ ଏବେ ବଦଳାଇ ଦିଆଯିବ । ଅବକାରୀ ବିଭାଗ ପକ୍ଷରୁ ସୋମବାର ଏହି ନିୟମ ବଦଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଅବକାରୀ ବିଭାଗ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସନ(ଡିଏମଆରସି) ନିକଟରେ ଚିନ୍ତା ପ୍ରକଟ କରି କହିଛି ଯେ, ଯାତ୍ରୀଙ୍କୁ ଦୁଇ ବୋତଲ ଯାଗାରେ କେବଳ ଏକ ବୋତଲ ମଦ ନେଇଯିବାକୁ ଅନୁମତି ଦିଆଯାଉ । ଅଧିକାରୀ କହିଛନ୍ତି ୨୫ ବର୍ଷ କିମ୍ବା ତାହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଅନ୍ୟ ରାଜ୍ୟରୁ ଦିଲ୍ଲୀକୁ କେବଳ ୧ ଲିଟର ବୋତଲ ମଦ ସାଥିରେ ନେବାକୁ ଅନୁମତି ମିଳିବା ଉଚିତ । ଏହାସହିତ ବୋତଲ ବି ସିଲ୍ ହୋଇଥିବା ଉଚିତ ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ମଦର ମାତ୍ରା ବୋତଲରେ ନୁହେଁ ବରଂ ଲିଟରରେ ମପାଯିବା ଉଚିତ । ସେ କହିଛନ୍ତି ଗୋଟିଏ ମଦ ବୋତଲ ୭୫୦ ମିଲିଲିଟରର ହୋଇଥାଏ । ତେଣୁ ୨ ଲିଟର ମଦ ହେଲେ ଏହା ୧.୫ ଲିଟର ହୋଇଯିବ ଯାହା ଟ୍ରେନରେ ନେବାକୁ ଅନୁମତି ନାହିଁ । ଏହା ପୂର୍ବରୁ ୩୦ ଜୁନ୍ ରେ ଦିଲ୍ଲୀ ମେଟ୍ରୋ ଘୋଷଣା କରିଥିଲା ଯେ, ପ୍ରତି ବ୍ୟକ୍ତିକୁ ୨ ବୋତଲ ମଦ ନେଇଯିବାର ଅନୁମତି ମିଳିବ । ଏହା ସହିତ ମେଟ୍ରୋ ପକ୍ଷରୁ ଯାତ୍ରୀଙ୍କ୍ୁ ଅନୁରୋଧ କରାଯାଇଥିଲା ଯେ, ଯାତ୍ରା ସମୟରେ ଉପଯୁକ୍ତ ବ୍ୟବହାର କରିବାକୁ ଏବଂ ମଦ ନିଶାରେ କେହି ଯଦି ଥିବାର ଦେଖାଯିବ ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.