fbpx

TPCODL କାର୍ଯ୍ୟକାରୀ କଲା ବଢ଼ିଆ ଯୋଜନା: ବକେୟା ବିଦ୍ୟୁତ ବିଲ୍ ଉପରେ ଗ୍ରାହକଙ୍କୁ ମିଳିବ ୩୦ ପ୍ରତିଶତ ରିହାତି, ଶୀଘ୍ର ପଞ୍ଜିକରଣ କରନ୍ତୁ

ନୂଆଦିଲ୍ଲୀ: ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏଣିକି ଗ୍ରାହକମାନେ ବକେୟା ବିଦ୍ୟୁତ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇ ପାରିବେ । ବହୁଦିନ ଧରି ବକେୟା ବିଲ୍ ରହିଥିବା ଗ୍ରାହକଙ୍କୁ ସେମାନଙ୍କର ମୂଳ ରାଶି ଉପରେ ଏହି ରିହାତି ପ୍ରଦାନ କରାଯିବ । ଏଥିସହିତ ସେମାନଙ୍କୁ ବିଳମ୍ବିତ ପେମେଣ୍ଟ ସରଚାର୍ଜ ଉପରେ ମଧ୍ୟ ରିହାତି ପ୍ରଦାନ କରାଯିବ । ତେବେ ଏଥିପାଇଁ ଗ୍ରାହକଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ ।

ସୂଚନା ମୁତାବକ, ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏ) ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ) ସଫଳତାର ସହିତ କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନାରେ ଯୋଗ୍ୟ ଗ୍ରାହକମାନେ ୨୦୨୦ ମସିହା ମେ ମାସ ୩୧ ତାରିଖ ସୁଦ୍ଧା ଥିବା ବକେୟା ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇ ପାରିବେ ।

ତେବେ ଏହି ରିହାତିର ଫାଇଦା ପାଇବାକୁ ହେଲେ ଗ୍ରାହକମାନେ ନିଃଶୁଳ୍କ ନମ୍ବର ୧୯୧୨ / ୧୮୦୦-୩୪୫-୭୧୨୨କୁ ଯୋଗାଯୋଗ କରି ରେଜିଷ୍ଟ୍ରେସନ କରିପାରିବେ । ଏଥିସହିତ ହ୍ୱାଟସଆପ୍ ନମ୍ବର ୯୧୨୪୯୯୮୭୨୯ ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରିପାରିବେ । ଆସନ୍ତା ୩୧ ତାରିଖ ଏହି ଯୋଜନାର ଶେଷ ତାରିଖ ରହିଛି । ଦୀର୍ଘଦିନରୁ ବକେୟା ଥିବା ବିଲ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବା ସହିତ ବିଳମ୍ବିତ ପେମେଣ୍ଟ ସରଚାର୍ଜ ଉପରେ ଅତିରିକ୍ତ ୮୦ ପ୍ରତିଶତ ରହିାତି, ସମସ୍ତ ହାଇଟେନସନ ଓ ଏକ୍ସଟ୍ରା ହାଇଟେନସନ ଗ୍ରାହକମାନେ ବିଳମ୍ବିତ ପେମେଣ୍ଟ ସରଚାର୍ଜ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇ ପାରିବେ ।

Get real time updates directly on you device, subscribe now.