fbpx
BJD
BJD SKY
BJD SKY

ଯେଉଁମାନେ ଦିନରେ ଅଧିକ ଶୋଇଥାଆନ୍ତି, ସେମାନଙ୍କଠାରେ ଦେଖାଯାଏ ଏହି ସମସ୍ୟା: ସତର୍କ କଲେ ବିଶେଷଜ୍ଞ

BJD

ଦିନତମାମ ଆମେ ନିଜକୁ ବିଭିନ୍ନ କାମରେ ବ୍ୟସ୍ତ ରଖିଥାଉ। ତେଣୁ ସେହି ଅନୁସାରେ ରାତିରେ ଆବଶ୍ୟକ ପରିମାଣର ଶୋଇବା ନିହାତି ଦରକାର। ନ ହେଲେ ଆମେ କେତେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେବେ ଏପରି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଦିନରେ ଅଧିକ ଶୋଇଥାଆନ୍ତି। ଅନେକ ସମୟରେ ସେମାନଙ୍କୁ ନିଦୁଆ ଲାଗିଥାଏ।

ତେବେ ଏପରି ସମସ୍ୟା ଦୀର୍ଘ ମାସ ଧରି ଲାଗି ରହିଲେ ତାହାକୁ ଏକ ରୋଗର ଲକ୍ଷଣ ଭାବରେ ନିଆଯାଇଥାଏ ବୋଲି ସତର୍କ କରାଇ ଦେଇଛନ୍ତି ୟୁନିଭର୍ସିଟି ଅଫ୍‌ ଓ୍ବାଶିଂଟନର ବିଶେଷଜ୍ଞମାନେ। ‘ଦିନରେ ଅଧିକ ନିଦ ଲାଗିବା ଏବଂ ଆଲଜିମର୍ସ ସମସ୍ୟା’ ଶୀର୍ଷକ ବିଷୟକୁ ନେଇ ଏମାନେ ଏକ ସର୍ଭେ କରିଥିଲେ।

ଏଥିରୁ ସେମାନେ ଜାଣିପାରିଲେ ଯେ, ଯେଉଁମାନେ ଦିନରେ ଅଧିକ ସମୟ ଶୁଅନ୍ତି ସେମାନେ ଭବିଷ୍ୟତରେ ଆଲଜିମର୍ସ ପରି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ସର୍ଭେ ପରିସରଭୁକ୍ତ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ଏପରି ଲକ୍ଷଣ ସେମାନେ ଦେଖିବାକୁ ପାଇଥିଲେ। ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ଆଲୋଚୋନା କରନ୍ତୁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.