fbpx
BJD
BJD SKY
BJD SKY

ବିବାହ ପରେ ପତି-ପତ୍ନୀଙ୍କ ମଧ୍ୟରେ ହେଉଛି କି କଳହ ? ସୁଖି ଦାମ୍ପତ୍ୟ ପାଇଁ ଆପଣାନ୍ତୁ ଏହି ଟିପ୍ସ 

BJD

ବିବାହ ପରେ ଅନେକ ସମୟରେ ଦେଖାଯାଏ, ପତ୍ନୀପତିଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ କଥା କଟାକଟି ହୋଇଥାଏ। ଏପରିକି ସମ୍ପର୍କରେ ଧୀରେ ଧୀରେ ତିକ୍ତତା ବୃଦ୍ଧି ପାଇ ଦାମ୍ପତ୍ୟ ଜୀବନରେ ଦୁଃଖ ଭରିଯାଏ। ଆଉ ଏସବୁ ପଛରେ ବି ବାସ୍ତୁଦୋଷର ଅନେକ ଭୂମିକା ରହିଥାଏ ବୋଲି ବିଶ୍ୱାସ କରାଯାଏ। ଯେମିତିକି:

 

– ବାସ୍ତୁଶାସ୍ତ୍ର ଅନୁଯାୟୀ, ସୁଖୀ ଦାମ୍ପତ୍ୟ ପାଇଁ ପତ୍ନୀପତିଙ୍କର ଶୋଇବାଘର ଉତ୍ତର-ପଶ୍ଚିମ ଦିଗରେ ରହିବା ଦରକାର। ଯଦ୍ଦ୍ବାରା ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇଥାଏ।

 

– ଏସବୁ ପରେ ବି ସୁଖୀ ଦାମ୍ପତ୍ୟ ପାଇଁ ପତ୍ନୀପତିଙ୍କ ଭିତରେ ବିଶ୍ୱାସ ଓ ଉତ୍ତମ ବୁଝାମଣା ରହିବା ନିହାତି ଜରୁରୀ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।

 

– ସମ୍ପର୍କରେ ତିକ୍ତତା ଦୂର କରିବାକୁ ଚାହୁଁଥିଲେ, ପତ୍ନୀପତି ନିଜ ଶୋଇବାଘରର କାନ୍ଥରେ ହାଲ୍‌କା ରଙ୍ଗର ପ୍ରୟୋଗ କରିବା ସହ ରୁମ୍‌ରେ ତାଜା ଫୁଲ ରଖିଲେ ଶୁଭଫଳ ମିଳିଥାଏ।

 

– ପତ୍ନୀଙ୍କୁ ଖଟର ବାମ ପଟେ ଏବଂ ପତିଙ୍କୁ ଖଟର ଡାହାଣ ପଟେ ଶୋଇବା ଦରକାର। ଏହାଦ୍ୱାରା ସମ୍ପର୍କରେ ଭଲ ପାଇବା ବଢିଥାଏ।

 

– ପତ୍ନୀପତି ଚାହିଁଲେ ଶୋଇବାଘରେ ଯୋଡ଼ା ହଂସର ଫଟୋ ଲଗାଇପାରିବେ। ଏହାଦ୍ୱାରା ସମ୍ପର୍କ ନିବିଡ଼ ହେବା ସହ ରୁମ୍‌ରେ ସକାରାତ୍ମକ ଉର୍ଜ୍ଜା ବୃଦ୍ଧି ପାଇଥାଏ।

 

– ପତ୍ନୀପତିଙ୍କୁ ସର୍ବଦା କାଠ ଖଟରେ ଶୋଇବା ଦରକାର। କାରଣ ଅନ୍ୟ କୌଣସି ଧାତୁରେ ତିଆରି ଖଟ ତୁଳନାରେ ଏହାର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ଭଲ ପଡିଥାଏ।

 

– ଦମ୍ପତିଙ୍କୁ ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡ ଏବଂ ଉତ୍ତର ଦିଗକୁ ଗୋଡ଼ କରି ଶୋଇବା ଦରକାର। ଏହାଦ୍ୱାରା ଶରୀର ଭଲ ରହିବା ସହ ସମ୍ପର୍କ ନିବିଡ଼ ହୋଇଥାଏ।

Get real time updates directly on you device, subscribe now.