fbpx
BSKY SKY
BSKY SKY

ପିଏମ୍‍ଶ୍ରୀ ଯୋଜନାରେ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟକୁ ୧ କୋଟି ମଞ୍ଜୁର

BSKY

ଭୁବନେଶ୍ୱର: ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ର ୩ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଆଇ.ଟି.ପି.ଓ.ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦ୍‍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଅନ୍ୟପଟେ ଢେଙ୍କାନାଳ ଜିଲ୍ଲାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଓ ସରାଙ୍ଗ ଜବାହର ନବୋଦୟ ବିଦ୍ୟାଳୟରେ ନୂତନ ଶିକ୍ଷାନୀତି-୨୦୨୦ର ସଫଳତାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳ ଅଧ୍ୟକ୍ଷ ଓ ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷା’ ଶିକ୍ଷାଦାନକୁ ଛାତ୍ର କୈନ୍ଦ୍ରୀକ କରାଯାଉଛି ବୋଲି ସୂଚନା ଦେଇଥିଲେ । ପିଏମ୍‍ଶ୍ରୀ ଯୋଜନା ଅନ୍ତର୍ଗତ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟକୁ ୧ କୋଟି ମଞ୍ଜୁର କରାଯାଇଥିବାର ଅଧ୍ୟକ୍ଷ ସୂଚନା ଦେଇଥିଲେ ।

ସେହିପରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟଠାରେ ଅଖିଳ ଭାରତୀୟ ଶିକ୍ଷା ସଂଗମ-୨୦୨୩ର ଉଦ୍‍ଘାଟନ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ, ଅଭିଭାବକମାନେ ମିଳିତ ରୂପେ ଦେଖିଥିଲେ । ଚଳିତ ବର୍ଷ ସୂଚନାର ଯୁଗ କୁହାଯାଉଥିବାବେଳେ ‘ଲର୍ଣ୍ଣିଂ ବାଏ ଡୁଇଙ୍ଗ୍‍’ ଅର୍ଥାତ୍‍ ଶିଖିକି କରିବା ଉପରେ ନୂତନ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଉଛି ବୋଲି ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.