fbpx

Video : ଜନ୍ମ ଦେଇ ଡେଙ୍ଗୁରେ ମରିଗଲା ମାଆ, କୁଆଁ କୁଆଁ ହୋଇ କାନ୍ଦୁଛି ନବଜାତ ଶିଶୁ

ଭୁବନେଶ୍ୱର : ରାଜଧାନୀରେ ଥମିବାର ନାମ ନେଉ ନାହିଁ ଡେଙ୍ଗୁ ଭୟ । ଦିନକୁ ଦିନ ଅଣାୟତ ହେଉଛି ଡେଙ୍ଗୁ ପରିସ୍ଥତି । ପୁଣି ଏକ ଜୀବନ ନେଲା ଡେଙ୍ଗୁ, ଏହାରି ଭିତରେ ମୁତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରବିବାର ଦିନ ଡେଙ୍ଗୁରେ ଜଣେ ପ୍ରସୂତି ମହିଳାର ମୃତ୍ୟୁ ହୋଇଛି । ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲାର ରାଜକନିକା ଅଞ୍ଚଳରୁ । ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ଜଣେ ଗର୍ଭବତ୍ତୀ ମହିଳାଙ୍କର ପ୍ରସବରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ଏହାପରେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ । ଜନ୍ମ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟର ଅବସ୍ଥା ବିଗିଡି ଯାଇଥିଲା । ଦେହ ହାତ ଥରିବା ସହ ଜ୍ୱର ବଢିଥିଲା । ଏନେଇ ମହିଳାଙ୍କର ହସ୍ପିଟାଲ ପକ୍ଷରୁ ଡେଙ୍ଗୁ ଚିକିତ୍ସା କରାଯାଇଥିଲା । ରିପୋର୍ଟରେ ପ୍ରଥମେ ନେଗେଟିଭ ଆସିଥିଲା, କିନ୍ତୁ ଜ୍ୱର ନକମିବାରୁ ପୁଣି ୩ ଦିନ ପରେ ଟେଷ୍ଟ କରାଯାଇଥିଲା । ଦ୍ୱିତୀୟ ରିପୋର୍ଟରେ ପଜିଟିଭ ଆସିଥିଲା । ସେତେବେଳକୁ ସେ ଆଖି ବୁଜି ସାରିଥିଲେ । ଏନେଇ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସ୍ପଷ୍ଟ କରିଛନ୍ତି ।

ପରବର୍ତ୍ତୀ ସମୟରେ ମହିଳାଙ୍କ ମୃତ୍ୟୁକୁ ନେଇ କିଛି ସମୟ ପର୍ଯ୍ୟନ୍ତ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଚିକିତ୍ସା ଅଭାବରୁ ଏଭଳି ଘଟଣା ଘଟିଛି । ଅନ୍ୟପଟେ ଶିଶୁର ଅବସ୍ଥା ସ୍ଥିର ଥିବା ବେଳେ ତାକୁ ଆଇସିୟୁରେ ରଖାଯାଛି । ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ରବିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୫୦କୁ ବୃଦ୍ଧି ହୋଇଛି । ଦୈନିକ ସଂକ୍ରମଣର ସଂଖ୍ୟା ୫୦ ଛୁଇଁଛି । ଆଗକୁ ଯଦି ଏହି ଦିଗରେ ପଦକ୍ଷେପ ନ ନିଆଯିବ, ତେବେ ଅଗଷ୍ଟ ସୁଧା ସଂକ୍ରମଣ ସଂଖ୍ୟା ୧୦୦୦ ପାର କରିବ ।

Get real time updates directly on you device, subscribe now.