fbpx

ରାଜ୍ୟରେ ଲଗାଣିଆ ବର୍ଷା ଜାରି: ୧୦ ଜିଲ୍ଲାରେ ହେଲା ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଗତ ୨ରୁ ୩ ଦିନ ହେବ ଲଘୁଚାପ ପ୍ରଭାବରେ ଲଗାଣିଆ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଯୋଗୁଁ ଘରୁ ବାହାରି ହେଉନି । ଚାରିଆଡେ ପାଣିର ଲହରୀ । ଆଜି ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ରାଜ୍ୟ ସରକାର ୧୦ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । କେନ୍ଦୁଝର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧରେ ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ହୋଇଥିବାରୁ, ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷା ଲାଗି ଜିଲ୍ଲାପାଳ ସ୍କୁଲ ଛୁଟି ନୋଟିସ ଜାରି କରିଛନ୍ତି । ଅନ୍ୟପଟେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆଜି ସମସ୍ତ ସ୍କୁଲ ପାଇଁ ଛୁଟି ଘୋଷଣା କରାଯାଇଛି । କେନ୍ଦୁଝରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଇଲେ ଜିଲ୍ଲା ଶିକ୍ଷାଧିକାରୀ ।

ଟ୍ୱିନ ସିଟିକୁ ବର୍ଷା ସତର୍କତା: ଆଜି ମଧ୍ୟ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତୁହାକୁ ତୁହା ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛନ୍ତି । ଦିନ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସତର୍କ କରାଯାଇଛି । ପାଣି ଜମିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି ନେଇ ଆଶଙ୍କା ରହିଛି ।

Get real time updates directly on you device, subscribe now.