fbpx

Video: ମ୍ୟାଚ୍ ସମୟରେ ପ୍ରତିପକ୍ଷ ଖେଳାଳିଙ୍କ ଗୋଡ଼ରେ ଚଢ଼ି ଭାଙ୍ଗିଦେଲେ ଷ୍ଟାର ଫୁଟବଲର ମାର୍ସେଲୋ, ଲୁହ ଗଡ଼ାଇ ପଡ଼ିଆରୁ ନେଲେ ବିଦାୟ

ନୁଆଦିଲ୍ଲୀ: ମଙ୍ଗଳବାର ଖେଳା ଯାଇଥିବା କୋପା ଲିବର୍ଟାଡୋରସ୍ ମ୍ୟାଚ୍ ସମୟରେ ବଡ଼ ଦୁର୍ଘଟଣା ଘଟିଯାଇଛି। ମ୍ୟାଚ୍‌ର ୫୬ ତମ ମିନିଟ୍‌ରେ ବ୍ରାଜିଲ୍‌ର ପୁର୍ବତ୍ତନ ଖେଳାଳି ମାର୍ସେଲୋଙ୍କ ଦ୍ୱାରା ଏକ ଅନିଚ୍ଛାକୃତ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ପ୍ରତିପକ୍ଷ ଆର୍ଜେଣ୍ଟିନୋସ୍ ଜୁନିଅର ଡିଫେଣ୍ଡର ଲୁକିଆନୋ ସାଞ୍ଚେଜଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା ।

ମାର୍ସେଲୋ ବଲ୍‌କୁ ପାସ୍ ଲରି ନେଉଥବା ସମୟରେ ଲୁକିଆନୋ ତାଙ୍କ ନିକଟରୁ ବଲ୍ ଛଡ଼ାଇବା ପାଇଁ ତାଙ୍କ ଆଗକୁ ବାମ ଗୋଡ଼ ବଢାଇଥିଲେ । ଏହି ସମୟରେ ମାର୍ସେଲୋ ବଲ୍ ଆଗକୁ ପାସ୍ କରିଥିଲେ କିନ୍ତୁ ନିଜ ଗୋଡ଼ ଉପରେ ନିୟନ୍ତ୍ରଣ ରଖିପାରି ନଥିଲେ । ଫଳରେ ଲୁକିଆନୋଙ୍କ ବାମ ଗୋଡ଼ରେ ସେ ଚଢି ଯାଇଥିଲେ । ଏହି ସମୟର ଦୃଶ୍ୟ ଅତ୍ୟନ୍ତ ବିଚଳିତ କଲା ଭଳି ରହିଥିଲା । ଲୁକିଆନୋଙ୍କ ଗୋଡ଼ ସମ୍ପୁର୍ଣ୍ଣ ମୋଡ଼ି ହୋଇଯାଇଥିବା ବେଳେ ମାର୍ସେଲୋ ନିଜକୁ ଦୋଷିମନେ କରି କାନ୍ଦିବାକୁ ଲାଗିଥିଲେ ।

ଲୁକିଆନୋଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ଏବଂ ମାର୍ସେଲୋଙ୍କୁ ବିପଦଜ୍ଜନକ ଫାଉଲ୍ ପାଇଁ ରେଡ୍ କାର୍ଡ ମିଳିଥିଲା । ଏହି ଘଟଣାକୁ ନେଇ ମାର୍ସେଲୋ ଅତ୍ୟନ୍ତ ବିଚଳିତ ହୋଇଯାଇଥିବା ଜଣା ପଡୁଥିଲେ । ଏବଂ ପଡ଼ିଆରୁ ବାହାରକୁ ଯିବା ସମୟରେ ସେ କାନ୍ଦୁଥବା ମଧ୍ୟ ଦେଖିବାକୁ ମିଳିଥିଲା ।

ଘଟଣାକୁ ନେଇ ମାର୍ସେଲୋ ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ଲୁକିଆନୋଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି । ସେ ଲେଖିଛନ୍ତି, ଆଜି ପଡ଼ିଆରେ ମୋର ବହୁତ କଷ୍ଟଦାୟକ ମୁହୂର୍ତ୍ତ ଥିଲା । “ମୁଁ ଅଜାଣତରେ ଜଣେ ସାଥୀ ଖେଳାଳିଙ୍କୁ ଆଘାତ କଲି । ମୁଁ ତାଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଆରୋଗ୍ୟ କାମନା କରିବାକୁ ଚାହୁଁଛି । ଦୁନିଆର ସମସ୍ତ ଶକ୍ତି ପାଖରେ ଏଥିପାଇଁ ପ୍ରାର୍ଥନା କରୁଛି । ”

ସେହିଭଳି ମାର୍ସେଲୋଙ୍କ କ୍ଲବ୍ “ଫ୍ଲୁମିନେନ୍ସ ଏଫସି ମଧ୍ୟ ଏହାର ସମବେଦନା ପ୍ରକାଶ କରିଛି ଏବଂ ଆର୍ଜେଣ୍ଟିନା ଜୁନିଅର୍ସ ଡିଫେଣ୍ଡର ଲୁକିଆନୋ ସାଞ୍ଚେଜଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛି ।
ତେବେ ଏହି ମ୍ୟାଚ୍ ଡିଏଗୋ ଆର୍ମାଣ୍ଡୋ ମାରାଡୋନା ଷ୍ଟାଡିୟମରେ ୧-୧ ଡ୍ରରେ ଶେଷ ହୋଇଥିଲା ।

Get real time updates directly on you device, subscribe now.