fbpx

ଫେରୁଛି Jadoo ,୨୦ ବର୍ଷ ପରେ ପୁଣି ଥିଏଟରରେ ରିଲିଜ ହେବ ‘Koi…Mil Gaya’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ‘କ୍ରିସ୍-୩’ର ଅପୂର୍ବ ସଫଳତା ପରେ ‘କ୍ରିସ୍-୪’କୁ ଅପେକ୍ଷା କରି ରହିଛନ୍ତି ସିନେପ୍ରେମୀ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଶୁଟିଙ୍ଗ ଆରମ୍ଭ ହୋଇ ନଥିବା ବେଳେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏବେ କୁହାଯାଉଛି ଯେ, ଏହି ପିଲ୍ମ ଖୁବଶୀଘ୍ର ଥିଏଟରକୁ ଆସିପାରେ । ଏହି ସିରିଜର ପ୍ରଥମ ଚଳଚ୍ଚିତ୍ର ‘କୋଇ ମିଲ୍ ଗୟା’ ସିନେମାକୁ ପୁଣିଥରେ ଚଳିତ ଅଗଷ୍ଟ ୨୦ ତାରିଖରେ ଏହାର ୨୦ ବର୍ଷ ପୂରଣ କରିବ। ଏହି ସଫଳତାର ବିଶେଷ ଉତ୍ସବ ପାଳନ କରିବାକୁ ନିର୍ମାତାମାନେ ରାକେଶ ରୋଶନ ଚଳଚ୍ଚିତ୍ରକୁ ପୁଣିଥରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋଇ ମିଲ୍ ଗେୟା ଆସନ୍ତା ଅଗଷ୍ଟ ୪ ରୁ ଅଗଷ୍ଟ ୧୦ ପର୍ୟ୍ୟନ୍ତ ପିଭିଆର ଏବଂ ଆଇନକ୍ସ ସିନେମା ହଲ ପ୍ରେକ୍ଷାଳୟକୁ ଆସିବ ।

ତାରନ୍ ଆଦର୍ଶ ଟ୍ୱିଟ୍ କରି ଲେଖିଛନ୍ତି, “ରାକେଶ ରୋଶନ – ହ୍ରିତିକ ରୋଶନ:‘ କୋଇ ମିଲ ଗେୟା ’୩୦ ଟି ସହରରେ ପୁନଃ ମୁକ୍ତିଲାଭ କରି ୨୦ ତମ ବାର୍ଷିକୀ ପାଳନ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “କୋଇଟ୍ଟ ମିଲ୍ ଗୟା” କୁ ୨୦ ବର୍ଷ ବିତି ଯାଇଥିଲେ ବି ଏହାର ଦମଦାର କାହାଣୀ, ମନଛୁଆଁ ଗୀତ ସାଙ୍ଗକୁ ହ୍ରିତିକ ଏବଯ ପ୍ରୀତିଜିଣ୍ଟାଙ୍କ ଜବରଦସ୍ତ ଅଭିନୟ ଏବେ ବି ବି ସିନେପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ତାନ ସୃଷ୍ଟି କରିଛି । ତେବେ ସିନେମାରେ ସବୁଠାରୁ ଲୋକଙ୍କ ଆପର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ଅନ୍ୟ ଗ୍ରହରୁ ଆସିଥିବା ଏଲିୟନ ‘ଜାଦୁ’ । ରାକେଶ ରୋଶନଙ୍କ ଦ୍ୱାରା ନିର୍ଦ୍ଦେଶିତ କୋଇ ମିଲ ଗେୟାରେ ହ୍ରିତିକ ରୋଶନ, ପ୍ରୀତିଜିଣ୍ଟା ଏବଂ ରେଖାଙ୍କ ଅଭିନୟ ସହ ଅନ୍ୟ ଗ୍ରହରୁ ଆସିଥିବା ଏଲିଏନ -ଯାଦୁ ରୋଶନଙ୍କ ବନ୍ଧୁ ଭାବେ ଅଭିନୟ କରିଥିଲେ । ତେବେ କୋଇ ମିଲ ଗୟା ଭଳି ଏକ ସୁପରହିଟ ସିନେମା ପୁଣିଥରେ ସିନେ ପ୍ରେକ୍ଷାଳୟରେ ରିଲିଜ କରିବା ନିଷ୍ପତ୍ତିକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ଏଥିପାଇଁ ଅନେକ ସିନେପ୍ରେମୀ ନିର୍ଦ୍ଦେଶକ ରାକେଶ ରୋଶନ ଏବଂ ଟିମକୁ ଧନ୍ୟବାଦ୍ ଜଣାଇଛନ୍ତି ।

ତେବେ ଏହି ଫିଲ୍ମର ପୁନଃ ରିଲିଜ ନିଷ୍ପତ୍ତି ପରେ ଏହାର ଚତୁର୍ଥ ସିକ୍ୱେଲ ‘କ୍ରିସ୍-୪’କୁ ନେଇ ଚର୍ଚ୍ଚା ଆହୁରି ବଢି ଯାଇଛି । କୁହାଯାଉଛି ଯେ, ସିରିଜର ଆଗାମୀ ପ୍ରୋଜେକ୍ଟ ‘କ୍ରିସ-୪’ରେ ପୁଣିଥରେ କୋଇ ମିଲ ଗୟାର ଯାଦୁକୁ ଦେଖିବାକୁ ମିଳିପାରେ । ଏହାସହିତ କୋଇ ମିଲ୍ ଗେୟାର ୨୦ ତମ ବାର୍ଷିକୀରେ, ନିର୍ମାତାମାନେ କ୍ରିଶ୍-୪ ପାଇଁ ଘୋଷଣା କରିବାକୁ ଯୋଜନା କରୁଥିବା ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି । ତେବେ ବର୍ତ୍ତମାନ ଏହି ସିରିଜର ଦର୍ଶକ ମାନେ ‘କ୍ରିସ-୪’ର ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ।

Get real time updates directly on you device, subscribe now.